ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉତ୍କଳ ଆଲୁମିନା ଓ ଏମଏସଏମଇ ସହଭାଗିତାରେ ବିକ୍ରେତା ବିକାଶ କର୍ମଶାଳା ଅନୁଷ୍ଠିତ

ରାୟଗଡ଼ା, 21/11/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଓ ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ
Article Image
ସଭାଗିତରେ ସ୍ଥାନୀୟ ନୂଆପଡ଼ା ଟାଉନସିପ କ୍ଲବ ହାଉସ ଠାରେ ଆରଏଏମପି କାର୍ଯ୍ୟକ୍ରମ ଅଧୀନରେ ଏକ ବିକ୍ରେତା ବିକାଶ କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ଥାନୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଉତ୍କଳ ଆଲୁମିନା ସହିତ ଯୋଡ଼ି
Article Image
ସେମାନଙ୍କୁ ସାମଗ୍ରୀ ଯୋଗାଣ ସୁଯୋଗ, ଗୁଣବତ୍ତା ମାନଦଣ୍ଡ ଓ ବିକ୍ରେତା ପଞ୍ଜୀକରଣ ପ୍ରକ୍ରିୟା ବିଷୟରେ ସମ୍ପୂର୍ଣ ବିବରଣୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାଏକ ଯୋଗ ଦେଇ ନିଜର ପ୍ରେରଣାଦାୟକ ଅଭିଭାଷଣରେ ଶିଳ୍ପ ବିକାଶରେ କ୍ଷୁଦ୍ର ଉଦ୍ୟୋଗର ଗୁରୁତ୍ଵପୂର୍ଣ ଭୂମିକା ଉପରେ ଗୁରୁତ୍ବାରୋପ କରି ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଉତ୍କଳ ଆଲୁମିନା ଦ୍ବାରା ପ୍ରଦତ୍ତ ବୃହତ୍ ବ୍ୟବସାୟ ସୁଯୋଗ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ । ୟୁନିଟ୍ ମୁଖ୍ୟ ତଥା ଅଧ୍ୟକ୍ଷ ରବି ନାରାୟଣ ମିଶ୍ର, ସ୍ଥାନୀୟ ବିକ୍ରେତା ବିକାଶ ଓ ଆଞ୍ଚଳିକ ଅର୍ଥନୈତିକ ସଶକ୍ତିକରଣ ପାଇଁ ଉତ୍କଳ ଆଲୁମିନାର ପ୍ରତ୍ୟେକ୍ଷ ଭୂମିକା ସମ୍ପର୍କରେ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ, ବୃହତ୍ ଶିଳ୍ପକୁ କ୍ଷୁଦ୍ର ଉତ୍ପାଦ ଶିଳ୍ପଗୁଡ଼ିକ କଞ୍ଚାମାଲ୍ ଯୋଗାଇ ଆର୍ଥିକ ଭାବେ ଲାଭବାନ ହେବା ସହ ସ୍ଥାନୀୟ ଅଞ୍ଚଳରେ ଅଧ‌ିକ ରୋଜଗାର ସୃଷ୍ଟି କରିପାରିବେ । ଏହାଦ୍ବାରା କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଯୋଜନା ସଫଳ ହେବା ସହିତ ସାମାଜିକ ତଥା ଅର୍ଥନୈତିକ ଉନ୍ନତୀକରଣ ଘଟିବ । ବିଗତ ଦିନରେ ଦେଶରେ ଉନ୍ନତ ଗୁଣବତ୍ତା ଯାନ୍ତ୍ରିକ ଉତ୍ପାଦ ତିଆରି କରିବା ଏକ ଆହ୍ବାନ ହୋଇଥିଲେ ହେଁ ସମ୍ପ୍ରତି ବର୍ତ୍ତମାନ ଭାରତରେ ମଧ୍ଯ ବିଶ୍ବସ୍ତରୀୟ ଯାନ୍ତ୍ରିକ ଉପକରଣ ନିର୍ମାଣ ହୋଇପାରିଛି। ତେଣୁ ଉନ୍ନତ ଗୁଣବତ୍ତା ଏବଂ ଅବଧୂ ମଧ୍ଯରେ ଉତ୍ପାଦନ କାର୍ଯ୍ୟ ଶେଷ ହେବା ଦ୍ବାରା ଏମଏସଏମଇ ଶିଳ୍ପଗୁଡ଼ିକ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ସେହିପରି କାର୍ଯ୍ୟକ୍ରମରେ କମର୍ସିଆଲ ବିଭାଗ ମୁଖ୍ୟ ସଶିପ୍ରକାଶ ଗୁପ୍ତା ଉତ୍କଳ ଆଲୁମିନାର ବାର୍ଷିକ କ୍ରୟ ଆବଶ୍ୟକତା, କଞ୍ଚାମାଲ, ସହାୟକ ସାମଗ୍ରୀ ଓ ଉପଯୋଗୀ ସାମଗ୍ରୀ କ୍ରୟର ସମ୍ପୂର୍ଣ ବିବରଣୀ ଓ ପରିମାଣ ତଥା ଗୁଣବତ୍ତା ମାନଦଣ୍ଡ ଆଇଏସ ଏବଂ ବିଆଇଏସ ପ୍ରମାଣପତ୍ର, ପରୀକ୍ଷଣ ପ୍ରକ୍ରିୟା ଓ ଅନୁମୋଦିତ ବିକ୍ରେତା ହେବା ପାଇଁ ଆବଶ୍ୟକ ଦସ୍ତାବିଜ୍ । ଏବଂ ଉତ୍କଳ ଆଲୁମିନା ବିକ୍ରେତା ପୋର୍ଟାଲରେ ପଞ୍ଜୀକରଣ, ଆବଶ୍ୟକ ଦସ୍ତାବିଜ୍, ପୂର୍ବ ଯୋଗ୍ୟତା ମାନଦଣ୍ଡ ଓ ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଶ୍ରୀ ଗୁପ୍ତା ପ୍ରକାଶ କରିଥିଲେ। ଅନୁରୂପ ସିଏସଆର୍ ମୁଖ୍ୟ ଲୋପାମୁଦ୍ରା ମିଶ୍ର ସାମାଜିକ ଦାୟିତ୍ୱ, ସମୁଦାୟ ବିକାଶ କାର୍ଯ୍ୟକ୍ରମ ଓ ସ୍ଥାନୀୟ ଲୋକଙ୍କ ଉପରେ ଏହାର ପ୍ରଭାବ ବିଷୟରେ ସୂଚନା ଦେଇଥ‌ିବା । ଏଥୁସହିତ ସିଏସଆର ଅନ୍ତର୍ଗତ କାର୍ଯ୍ୟକାରୀ ହେଉଥ‌ିବା ଉଦ୍ୟମୀ ପ୍ରକଳ୍ପ ଦ୍ବାରା କିଭଳି ଭାବେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟାମିମାନେ କିଭଳି ସଫଳ ହୋଇଛନ୍ତି ସେ ନେଇ ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଫାଇନାନ୍ସ ବିଭାଗ ମୁଖ୍ୟ ମୁନମୟୀ ମଣ୍ଡଳ, ମାନବ ସମ୍ବଳ ବିଭାଗ ପ୍ରମୁଖ ନାରାୟଣ ମିତ୍ରା ଏମଏସଏମଇ ବିଭାଗର ଭୂମିକା ଓ ଏହାର ବିକାଶ ସମ୍ପର୍କରେ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଉତ୍ପାଦନ ଓ ସେବା କ୍ଷେତ୍ରର ଉଦ୍ୟୋଗୀମାନେ ସକ୍ରିୟ ଭାବରେ ପ୍ରଶ୍ନୋତ୍ତର ଅଧିବେଶନରେ ଅଂଶଗ୍ରହଣ କରି କାରିଗରୀ ବିଶେଷତା, ପ୍ରମାଣପତ୍ର ପ୍ରକ୍ରିୟା, ଦେୟ ସର୍ଭ ଓ ସହଭାଗିତା ସୁଯୋଗ ବିଷୟରେ ସୃଷ୍ଟୀକରଣ ମାଗିଥିଲେ । ଏହି କାର୍ଯ୍ୟକ୍ରମ ଦ୍ବାରା ଉଦ୍ୟୋଗୀ ଓ ଉତ୍କଳ ଆଲୁମିନା କ୍ରୟ ଦଳ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ମୂଲ୍ୟବାନ ନେଟୱର୍କି ସୁଯୋଗ ସୃଷ୍ଟି କରିଥିଲା । ଚିତ୍ତରଞ୍ଜନ ମଲ୍ଲିକ, ଜେନେରାଲ ମ୍ୟାନେଜର, ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ଼ା, ସ୍ବାଗତ ଅଭିଭାଷଣରେ ସ୍ଥାନୀୟ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଉତ୍କଳ ଆଲୁମିନା ଯୋଗାଣ ଶୃଙ୍ଖଳାରେ ଅଂଶଗ୍ରହଣର ଅପାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଲୋକ ସମ୍ପର୍କ ବିଭାଗର ସାଧାରଣ ପରିଚାଳକ ପିତାମ୍ବର ବେହେରା ଉପସ୍ଥିତ ଅତିଥ୍‌ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି କର୍ମଶାଳା ଉତ୍କଳ ଆଲୁମିନା ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ସମନ୍ବିତ ପ୍ରୟାସରେ ସଫଳ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ଦ୍ବାରା ଅଂଶଗ୍ରହଣ କାରୀମାନେ ଉତ୍କଳ ଆଲୁମିନା କ୍ରୟ ଦଳ ସହିତ ଆଲୋଚନା କରି ନିର୍ଦ୍ଦିଷ୍ଟ ସହଯୋଗ ସମ୍ଭାବନା ଅନୁସନ୍ଧାନ ପାଇଁ ସୁଯୋଗ ପାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦିଗନ୍ତ ମହାନ୍ତି, ରୁପେନ୍ ପଟ୍ଟନାୟକ, ରୋହିତ ସାଗରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥ‌ିବା ବେଳେ ଏହି କାର୍ଯ୍ୟକ୍ରମକୁ ଅଙ୍କିତ ଆଦିତ୍ୟ ଭଟ୍ଟ ପରିଚାଳନା କରିଥିଲେ।
7