ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଁ ପ୍ରଭୁ ସଙ୍କଟମୋଚନ ସିଦ୍ଧ ମହାବୀର ହନୁମାନଙ୍କର ୨୨ତମ ବାର୍ଷିକ ମହୋତ୍ସବର ବିଶ୍ୱଶାନ୍ତି ମହାଯଜ୍ଞର ପ୍ରସ୍ତୃତି ବୈଠକ।

ଏରସମା, 21/11/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ଵର ମହାଦେବ , ମା ଚାର୍ଚ୍ଚଖାଇ ଓ ମହାପ୍ରଭୁ ପତିତପାବନ ଙ୍କ ପୀଠସ୍ଥଳୀ ସ୍ଥିତ ଶ୍ରୀ ଶ୍ରୀ ସଙ୍କଟ ମୋଚନ ସିଦ୍ଧ ମହାବୀର ହନୁମାନଙ୍କ ୨୨ତମ ବାର୍ଷିକ ମହୋତ୍ସବର ବିଶ୍ୱଶାନ୍ତି ମହାଯଜ୍ଞର ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଅଛି। ଚଳିତ ମାର୍ଗଶୀର ଶୁକ୍ଳପକ୍ଷ ଦଶମୀ ତିଥି ଇଂରାଜୀ ତା ୨୯.୧୧, ୨୦୨୫ ରିଖ ଶନିବାର ଠାରୁ ଆରମ୍ଭ ହୋଇ ତା.୦୩.୧୨.୨୦୨୫ରିଖ ବୁଧବାର ଚତୁର୍ଦ୍ଦଶୀ ରେ ସମାପନ କରାଯିବ। ତା. ୨୯.୧୧.୨୦୨୫ରିଖ (ଶନିବାର‌) :୧୦୮ ହନୁମାନ ଚାଳିଶା, ଗାୟକ-ତତ୍ବବିଭୂଷଣ ଲମ୍ବୋଦର ବେହେରାଙ୍କ ଦ୍ଵାରା ପାଲା ପରିବେଷଣ ସନ୍ଧ୍ୟା ୭ ଘଟିକାରେ ଅନୁଷ୍ଠିତ ହେବ।ତା. ୩୦.୧୧.୨୦୨୫ରିଖ (ରବିବାର‌) : କଳସ ଯାତ୍ରା, ସୂର୍ଯ୍ୟପୂଜା, ମଣ୍ଡଳସ୍ଥାପନ ଗାୟକ-ତତ୍ବବିଭୂଷଣ ଲମ୍ବୋଦର ବେହେରାଙ୍କ ଦ୍ଵାରା ପାଲା ପରିବେଷଣ ସନ୍ଧ୍ୟା ୭ ଘଟିକାରେ, ତା.୦୧.୧୨.୨୦୨୫ରିଖ (ସୋମ‌ବାର‌) : ସୂର୍ଯ୍ୟପୂଜା, ମଣ୍ଡଳପୂଜା, ଅଗ୍ନିସ୍ଥାପନ ଶ୍ରୀ ମହାବୀରଙ୍କ ମହାସ୍ନାନ, ଷୋଡ଼ ଉପଚାରପୂଜା ଶ୍ରୀରାମଙ୍କ ସହସ୍ର ନାମରେ ଯଜ୍ଞଆହୂତି ଓ ଗାୟକ ପ୍ରବିର-ସନାତନ ଦାଶକ ଦ୍ୱାରା ପାଲା ପରିବେଷଣ ସଂନ୍ଧ୍ୟା ୭ ଘଟିକା ରେ ଏବଂ ତା.୦୨.୧୨.୨୦୨୫ରିଖ (ମଙ୍ଗଳବାର‌) : ସୂର୍ଯ୍ୟପୂଜା, ଶିବଅଷ୍ଟାଧୟ, ଶିବ ସହସ୍ରନାମ ସପ୍ତସତି ଚଣ୍ଡୀ ଯଜ୍ଞାହୁତି ଓ ରୁଦ୍ରଭିସେଖ, ମା' ଚାର୍ଚ୍ଚଖାଇ ଠାକୁରାଣୀଙ୍କ ଷୋଡ଼ଶ ଉପଚାର ପୂଜା ଚଣ୍ଡିପାଠ, ଗାୟକ ପ୍ରବିର-ସନାତନ ଦାଶକ ଦ୍ବାରା ପାଲା ପରିବେଷଣ ସନ୍ଧ୍ୟା ୭ ଘଟିକା ତା. ୦୩.୧୨.୨୦୨୫ରିଖ (ବୁଧବାର‌) : ଶ୍ରୀମଦ୍ ଭଗତ୍‌ଗୀତା, ଶ୍ରୀ ବିଷ୍ଣୁ ସହସ୍ର ନାମ ସନ୍ତାନ ଗୋପାଳ ମନ୍ତ୍ର ଶ୍ରୀ ମହାଲକ୍ଷ୍ମୀ ସହସ୍ରନାମ ଯଜ୍ଞାହୁତି, ପୂର୍ଣାହୁତି (୪ ଘଟିକା) ଓ ପରେ ପ୍ରସାଦ ସେବନ ସଂଧ୍ୟା ୬ ଘଟିକା ଠାରୁ ଚାଲୁ ରହିବ ବୋଲି ମହାବୀର ଯୁବକ ସଂଘ ତରଫରୁ ସୂଚନା ମିଳିଛି।
Article Image
8