ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତ ର ଜାତୀୟ ରାଜପଥ ଠାରୁ ସିକୁ ପର୍ଯ୍ୟନ୍ତ (ଭୟା ଚୂନ - କତକୁଲା) ୨୦ ଫୁଟ୍ ପ୍ରଶସ୍ତ ଢ଼ଲେଇ ରାସ୍ତା ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ l

ପାରାଦୀପ ଗଡ, 22/11/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ଜାତୀୟ ରାଜପଥ ଠାରୁ ସିଜୁ ଗ୍ରାମ ପର୍ଯ୍ୟନ୍ତ ୨୦ ଫୁଟ୍ ପ୍ରଶସ୍ତ ଢାଲେଇ ରାସ୍ତା ନିମନ୍ତେ ନିର୍ମାଣ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଭୂମିପୂଜା କରିବା ସହିତ ଶିଳାନ୍ୟାସ କରିଥିଲେ l ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ମନ୍ତ୍ରୀ ଙ୍କ ବ୍ଳକ୍ ପ୍ରତିନିଧି ଦିଲ୍ଲୀପ ବେହେରା, ମଣ୍ଡଳ ସଭାପତି ଗଗନ ବିହାରୀ ରାଉତ ପ୍ରମୁଖ ଯୋଗଦେଇଥିଲ l ଆଗମୀ ଏକ ବର୍ଷ ମଧ୍ୟରେ ପଞ୍ଚାୟତ ର ସମସ୍ତ ଗ୍ରାମ୍ୟ ରାସ୍ତା ଗୁଡିକ ୧୮ ରୁ ୨୦ ଫୁଟ୍ ପ୍ରଶସ୍ତ ଢ଼ଲେଇ ରାସ୍ତା ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ପ୍ରକାଶ କରିଥିଲେ l ଉକ୍ତ ରାସ୍ତା ନିର୍ମାଣ ପାଇଁ ତିନି କୋଟି ଷୋଳ ଲକ୍ଷ, ପଇଁତିରିଶ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର ଚୌଧୁରୀ, ଚନ୍ଦ୍ରକାନ୍ତ ସ୍ୱାଇଁ, ଅଲେଖ ମହାରଥା, ଅନନ୍ତ ବିଶ୍ଵାଳ, ବିଚିତ୍ର ପ୍ରଧାନ, ସତ୍ୟଭାମା ସ୍ୱାଇଁ , ରେବତୀ ସ୍ୱାଇଁ, ଗୋଲାପି ବେହେରା, ଭାଷ୍କର ସାହୁ, ଆଲୋକ ଦର୍ଶନ ବେହେରା, କଳ୍ପନା ଦାଶ, ସଚ୍ଚିଦାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯକ୍ରମ କୁ ପରିଚାଳନା କରିଥିଲେ l
Article Image
Article Image
Article Image
6