ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତାକରଡା ଠାରେ ବିଜେପିର ମିଶ୍ରଣ ପର୍ବ ଓ ସାଙ୍ଗଠନିକ ବୈଠକ।

ବୁଗୁଡ଼ା, 23/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମରେ ଆଜି ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ସହିତ ତାକରଡା ଓ ଭଗବାନପୁର ପଞ୍ଚାୟତର ବିଜେଡି କର୍ମୀଙ୍କୁ ନେଇ ମିଶ୍ରଣ ପର୍ବ ତାକରଡା ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହିତ ଏହାର ଫାଇଦା ନେବାପାଇଁ ଉତ୍ସାହିତ କରିଥିଲେ। ଏବଂ ବିଜେଡ଼ି ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ତାକରଡା ଗ୍ରାମର ଓ୍ବାର୍ଡ ମେମ୍ବର ପଞ୍ଚାନନ ପ୍ରଧାନ ଓ ଫୁଲ ସେଠୀ ଏବଂ ଭଗବାନପୁର ପଞ୍ଚାୟତର ଶ୍ରୀନିବାସ ପ୍ରଧାନ,ପ୍ରତାପ ଚନ୍ଦ୍ର ସାହୁ, ଶଙ୍କର୍ଷଣ ପ୍ରଧାନ, ସହଦେବ ସେଠୀ, ସନ୍ତୋଷ କୁମାର ପ୍ରଧାନ,ଉଦୟ ମୂଳୀ, ଅଭିମନ୍ୟୁ ବେହେରା,ବିଜୟ ମୂଳୀ,ଭରୀ ମୂଳୀ, ମନ୍ଦୋଦରୀ ବେହେରା, ଚିତ୍ରସେନ ଗୌଡ଼,ବାଦଲ ମୂଳୀ ସମେତ ଅନ୍ୟ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଇଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ। ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ନଗର ସଭାପତି କେଦାରନାଥ ମହାରଣା,ଜୟନ୍ତୀ ପଢୀଆରୀ,ଗଙ୍ଗା ନାୟକ, ହରପ୍ରସାଦ ସାହୁ,ସଞ୍ଜିବ ପାତ୍ର, ସୁନୀଲ ପାଢ଼ୀ, ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, ଭଗବାନ ଜେନା, ଗୌର ପ୍ରଧାନ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଏହାସହିତ ବିଜେପି କର୍ମୀ ମାନଙ୍କୁ ନେବା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ନେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଲୋଚନା କରିଥିଲେ।
Article Image
Article Image
15