ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଷ୍ଟା ପକ୍ଷରୁ ବୁଗୁଡା ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ବୁଗୁଡ଼ା, 23/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଓଡିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବୁଗୁଡ଼ା ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ବି.କରଡାବାଡି ଗ୍ରାମର ସର୍ଦ୍ଦାର ଅନୁର୍ଯ୍ୟାମୀ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଓ ବୁଗୁଡା ବ୍ଲକ ଓଷ୍ଟା ସଭାପତି ପ୍ରଶାନ୍ତ କୁମାର ଗୌଡ଼ଙ୍କ ଯୁଗ୍ମ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ଅଧ୍ଯକ୍ଷ ପ୍ରଫେସର କୃତ୍ତିବାସ ବିଶ୍ବାଳ ଏବଂ ସମ୍ମାନିତ ଅତିଥିଭାବେ ଆଲୋଷ୍ଟl ର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଓଷ୍ଟା ଜିଲ୍ଲା ସଭାପତି ସନ୍ତୋଷ କୁମାର ଜେନା, ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ଓଷ୍ମା ଜିଲ୍ଲା ଉପଦେଷ୍ଟା ପ୍ରଭାତ କୁମାର ଦାସ, ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, ସମାଜସେବୀ ବଂଶୀଧର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡକ୍ଟର ବିଜୟ ଚନ୍ଦ୍ର ମହାରଣା, ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା, ବ୍ଲକ ସମ୍ପାଦକ କାହ୍ନୁ ଚରଣ ସ୍ବାଇଁ ଯୋଗଦେଇ ଓଷ୍ଟାର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯିବା ପରେ ସମ୍ପାଦକ କାହ୍ନୁ ଚରଣ ସ୍ବାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଓଷ୍ଟାର ସାଙ୍ଗଠନିକ ସ୍ଥିତି, କାର୍ଯ୍ୟଦକ୍ଷତା ଓ ଓଷ୍ଟା ସଂଗଠନକୁ ସହଯୋଗ କରୁଥିବା ବହୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ବନ୍ଧିତ କରାଯାଇଥିଲା । ଦଶଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଅତିଥି ମାନେ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ତିନି ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗି ଅଂଶ ଗ୍ରହଣ କରିଥିବା ସହ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ବିଚାରକଭାବେ ରହି ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।
7