ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଶୁ ଦିବସ ପାଳନ ଅବସରରେ କାଶୀପୁର ତାଲୁକ ଆଇନ ସେବା ସମିତି ଦ୍ଵାରା ଚିତ୍ରାଙ୍କନ ପ୍ରତିଯୋଗିତା।

ରାୟଗଡ଼ା, 23/11/2025, ଉତ୍କଳ voice news - utkalvoicenews.com ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଶିଶୁ ଦିବସ ପାଳନ ଅବସରରେ
Article Image
ସ୍ଥାନ- JMFC କୋର୍ଟ କାଶିପୁର ଠାରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ତାଲୁକ ଆଇନ ସେବା ସମିତି କାଶୀପୁର ଦ୍ଵାରା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ରେ କାଶୀପୁର ବ୍ଲକ ର ୬୦ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ପରିପେକ୍ଷୀରେ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପୃଥକ ପୃଥକ ଭାବେ ସପ୍ତମ ଓ ଅଷ୍ଟମ ପିଲାକୁ ଏକ ଗ୍ରୁପ ଓ ନବମ ଦଶମ ପିଲାଙ୍କୁ ଅନ୍ୟ ଏକ ଗ୍ରୁପ ରେ ବିଭକ୍ତ କରାଯାଇଥିଲା। ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା କାଶୀପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ନର୍ମଦା କରଙ୍କ ଦ୍ଵାରା ମାନ ପତ୍ର ପ୍ରଦାନ କରାଯାଇ ପିଲାଙ୍କୁ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମାନ୍ୟବର ବିଚାରପତି ଶ୍ରୀମତୀ ନର୍ମଦା କର କାଶିପୁର ଓକିଲ ସଙ୍ଘ ସଭାପତି ଶ୍ରୀ କହ୍ନଇଲାଲ ଜଏନ, ସମ୍ପାଦକ ଭଗବାନ ପାତ୍ର, ପ୍ୟାନେଲ୍ ଓକିଲ-ପ୍ରେମାନନ୍ଦ ନାୟକ ସହକାରୀ ସରକାରୀ ଓକିଲ ପ୍ରମୋଦ କୁମାର ନାୟକ ପ୍ରଶାସନିକ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସବର ଅତିରିକ୍ତ ଆଡମିନିଷ୍ଟ୍ରେଟର ଅଶ୍ୱିନୀ ପ୍ରଧାନ ବେଞ୍ଚ କିରାଣୀ ଦିବ୍ୟରାଜନ୍ ପଣ୍ଡା ତାଲୁକ ଆଇନ ସେବା କମିଟି, କାଶୀପୁର କର୍ମଚାରୀ- ମୁକେଶ କୁମାର ଚକ୍ର, ପି.ଏଲ.ଭି ମେମ୍ବର ଅନିଲ ଜଏନ, ପି. ଦେବେନ୍ଦ୍ର ରାଓ,ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ନାଏକ ଏବଂ ଶିକ୍ଷକ ମାନେ ଉପସ୍ଥିତ ଥିଲେ।
8