ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ ପୋଲିସ କୁ ସଫଳତା, ୫ଟି ବାଇକ୍ ଜବତ ସହ ୪ ଚୋର ଗିରଫ

ତିର୍ତ୍ତୋଲ, 23/11/2025, ଉତ୍କଳ voice news - utkalvoicenews.com ତିର୍ତ୍ତୋଲ ପୁଲିସ ଆଜି ଏକ ବାଇକ୍ ଚୋରି ରାକେଟ ର ଫର୍ଦ୍ଦl ଫାସ କରିଛି l ୪ ଜଣ ବାଇକ୍ ଚୋର କୁ ଗିରଫ କରିବା ସେମାନଙ୍କ ଠାରୁ ୪ ଟି ବାଇକ୍ କୁ ଜବତ କରିଛି l ଏହି ବାଇକ୍ ଚୋରି ରାକେଟ ର ଅଭିଯୁକ୍ତ ମାନେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଓଳଗଦା ଗ୍ରାମର ସନ୍ତୋଷ ହୋତା (୧୯), ବନ୍ଧ ବାଟି ଗ୍ରାମର ରାଜେଶ୍ ମଲ୍ଲିକ, ଅରିଲୋ ଗ୍ରାମ ଆଶିଷ ମଲ୍ଲିକ, ସଅଁରା ଗ୍ରାମର ସଞ୍ଜୟ ଭୋଳ l ଜବତ ହୋଇଥିବା ସ୍କୁଟି ଓଡି ୦୫ ଡି ୮୦୮୬, ସ୍ପ୍ଲେଣ୍ଡର ଓ ଡି ୦୫ ଏ ୦୬୩୦, ଓଆର ୨୧ ଡି ୮୩୪୬, ସ୍ପ୍ଲେଣ୍ଡର ଓ ଆର୍ ୨୧ ସି ୦୦୭୧, ଓଆର ୬ ଡି ୭୬୬୨ ବୋଲି ଜଣାପଡିଛି l ପୁଲିସ ସୂଚନା ମୁତାବକ ଗତ ୧୮ ତାରିଖ ରେ ତିର୍ତ୍ତୋଲ ଥାନା ତୁଳସି ପୁର ଗ୍ରାମ ର ଅରବିନ୍ଦ ନାୟକ ମଣିଜଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସିଥିବାବେଳେ ତାଙ୍କର ବାଇକ୍ ଚୋରି ହୋଇ ଯାଇଥିଲା l ସେ ତିର୍ତ୍ତୋଲ ଥାନା ରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା l ପୁଲିସ ଅଭିଯୁକ୍ତ ସନ୍ତୋଷ ହୋତା ନ ଘର ଉପରେ ଚଢାଉ କରି ସନ୍ତୋଷ କୁ ଧରି ଜେରା କରିଥିଲା l ଜେରାବେଳେ ସନ୍ତୋଷ ରାଜେଶ୍ କୁ ଧରି ମଣିଜଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରୁ ବାଇକ୍ ଚୋରି କରିଥିବା ସ୍ବୀକାର କରିଥିଲା l ଚୋରା ବାଇକ୍ କୁ ନେଇ ସଅଁରା ଠାରେ ବାଇକ୍ ର ନେମ୍ ପ୍ଲେଟ ଓ ଡିକି କୁ ନଦୀକୁ ଫିଙ୍ଗି ଦେବା ସହ ବାଇକ୍ କୁ ସଞ୍ଜୟ ଭୋଳ କୁ ବିକିଥିଲା l ସଞ୍ଜୟ ଠାରୁ ୨୫୦୦ ଟଙ୍କା ନେଇଥିବାବେଳେ ଆଉ ୨୫୦୦ ପରେ ପାଇଥାନ୍ତା l ସନ୍ତୋଷ ଅନେକ ଚୋରି ବାଇକ୍ ଅରିଲୋ ଗ୍ରାମର ଆଶିଷ ମଲ୍ଲିକ ଙ୍କ ଘରେ ରଖିଥିଲା ବୋଲି ସ୍ବୀକାର କରିଥିଲା l ପରେ ପୁଲିସ ଏ ସମସ୍ତ ଙ୍କ ଅଭିଯୁକ୍ତ ଘରେ ଚଢ଼ାଉ କରିଥିଲା l ପୁଲିସ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଦାଲତ ଚାଲାଣ କରିଥିବା ଥାନା ସୂତ୍ର ରୁ ଜଣାପଡିଛି l
Article Image
Article Image
6