ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହାଇକୋର୍ଟ ବିଚାରପତିଙ୍କ ତିର୍ତୋଲ କୋର୍ଟ ପରିଦର୍ଶନ

ତିର୍ତ୍ତୋଲ, 23/11/2025, ଉତ୍କଳ voice news - utkalvoicenews.com ରାଜ୍ୟ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ମାନସ କୁମାର ପାଠକ ତିର୍ତୋଲ କୋର୍ଟ ପରିଦର୍ଶନ କରିଥିବାର ଜଣାପଡିଛି। ମାନ୍ୟବର ବିଚାରପତି ତିର୍ତୋଲ କୋର୍ଟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ତିର୍ତୋଲ କୋର୍ଟ ର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ତିର୍ତ୍ତୋଲ ଓକିଲ ସଂଘ କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ଗସ୍ତ ସମୟରେ ଜିଲ୍ଲା ଜଜ ବିଚାରପତି ପ୍ରଦ୍ୟୁମ୍ନ କୁମାର ନାୟକ, ହାଇ କୋର୍ଟ ର ରେଜିଷ୍ଟ୍ରର ରୁଦ୍ର ପ୍ରସାଦ ମହାପାତ୍ର, ଜଗତସିଂହପୁର କୋର୍ଟ ର ରେଜିଷ୍ଟ୍ରର ବିଶ୍ୱ କଳ୍ପିତା ମହାନ୍ତି, ତିର୍ତୋଲ କୋର୍ଟ ର ବିଚାରପତି ପାରଶ ପାଢ଼ୀ,ତିର୍ତୋଲ ର ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ, ତିର୍ତୋଲ ବ୍ଲକ ର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ବାଇଁ ତିର୍ତ୍ତୋଲ ଓକିଲ ସଂଘ ସଭାପତି ଆଲ୍ଲାଦ ପରିଜା, ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ, ଉପ ସଭାପତି ଟୁକନ ସେଠୀ, କୋସାଧକ୍ଷ ଦେବେନ୍ଦ୍ର ନାୟକ, ବାରିଷ୍ଟ ଆଇନିଜିବି ନାରାୟଣ ମହାନ୍ତି, ପ୍ରଶାନ୍ତ ରାୟ, ଦେବେନ୍ଦ୍ର ମହାପାତ୍ର, ସୁଧୀର ଖୁଣ୍ଟିଆ,ଗୋପାଳ ଚୌଧୁରୀ,ପି. କେ. ସାହୁପ୍ରମୁଖ ଉପସ୍ଥିତ ଥିଲେ। ତିର୍ତୋଲ ବାର ଆସୋସିଏସନ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ସ୍ୱାଗତ କରାଯିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା.।
Article Image
Article Image
5