ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବୁଗୁଡ଼ା, 24/11/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଦିନ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସ୍ଥାନୀୟ ସରପଞ୍ଚ ସୁଜାତା କୁମାରୀ ପ୍ରଧାନ,ବିଡିଓ ଦୂତିକୃଷ୍ଣ ପାତ୍ର, ଏବଂ ତହସିଲଦାର ତାପସ ରାଉତ ଙ୍କ ଉପସ୍ଥିତିରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ୨୯ଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ସେମାନଙ୍କ ଅଭିଯୋଗ ତୁରନ୍ତ ସମାଧାନ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ କହିଛନ୍ତି।ଶିବିରରେ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
18