ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମଙ୍ଗଳପୁର ମଜୁରୀ ଛକଠାରେ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମ ବାର୍ଷିକ ଉତ୍ସବ

ଢେଙ୍କାନାଳ, 24/11/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ମଙ୍ଗଳପୁର ମଜୁରୀସ୍ଥିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିରରେ ସାଇବାବାଙ୍କର ୧୦୦ତମ ଜନ୍ମ ବାର୍ଷିକ ଉତ୍ସବ ଖୁବ୍ ଧୂମ୍‌ଧାମ୍‌ରେ ପାଳନ କରାଯାଇଅଛି । ଏଥରେ ପ୍ରାତଃ ୫ଘଟିକା ସମୟରେ ନଗର ସଂକୀର୍ତନ, ୯ଟାରେ ବିଶ୍ୱଶାନ୍ତି ହୋମ, ଦିବା ୧ ଘଟିକା ସମୟରେ ପ୍ରସାଦସେବନ, ସଂଧ୍ୟାରେ ଭଜନ, ନାରାୟଣ ସେବା ଏବଂ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମଜୁରୀ ଭଜନ ମଣ୍ଡଳୀର ଆବାହକ ବିକାଶ ଚନ୍ଦ୍ର ଦାସଙ୍କ ପରାମର୍ଶ କ୍ରମେ ଭଜନ ମଣ୍ଡଳୀର କାର୍ଯ୍ୟକର୍ତା ତଥା ପବିତ୍ର ମୋହନ ଦାସ, ବଲ୍ଲଭ ଚନ୍ଦ୍ର ଦାସ, ଭାଷ୍କର ଚନ୍ଦ୍ର ସାଇଁ, ପୁଷ୍ପଲତା ସାଇଁ, ଫଚେଇ ସାହୁ, ଲକ୍ଷ୍ମୀ ଦାସ, ନିମେଇ ନାୟକ, ପ୍ରମୋଦ ଚନ୍ଦ୍ର ଦାସ, ଜଳନ୍ଧର ସାହୁ, ତୃପ୍ତିମୟୀ ଦାସ, ପ୍ରଭାକର ଦାସ, ନରୋତମ ଦାସ ଏବଂ ସମସ୍ତ ଗ୍ରାମବାସୀ ତଥା ପୂଜାର କର୍ତା କିର୍ତୀଚନ୍ଦ୍ର ଦାସ ଓ କର୍ତୀ ବୈଜୟନ୍ତୀ ଦାସଙ୍କ ଦ୍ୱାରା ବାବାଙ୍କର ୧୦୦ତମ ଜନ୍ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନା କରାଯାଇଥିଲା ।
Article Image
Article Image
10