ଢେଙ୍କାନାଳ, 24/11/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
ଅପରାହ୍ନରେ ଢ଼େଙ୍କାନାଳ ଜିଲ୍ଲାର ୮୯ ଜଣ ବରିଷ୍ଠ ନାଗରିକ ଉଜ୍ଜୟିନୀ ଏବଂ ଓଁକାରେଶ୍ଵର ଅଭିମୂଖେ ତୀର୍ଥଯାତ୍ରା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ସାଂସଦଙ୍କ ପ୍ରତିନିଧି ଶ୍ରୀ ରୁଦ୍ର ନାରାୟଣ ତ୍ରିପାଠୀ ସମସ୍ତ ତୀର୍ଥଯାତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ ଜଣାଇ ସଫଳ ଯାତ୍ରା ନିମନ୍ତେ ଶୁଭ କାମନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ, ଉଦ୍ଦିଷ୍ଟ ୨ ଗୋଟି ବସ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆସନ୍ତା କାଲି ଟ୍ରେନ ଯୋଗେ ଭୁବନେଶ୍ଵରରୁ ଅନ୍ୟାନ୍ୟ ଜିଲ୍ଲାର ତୀର୍ଥ ଯାତ୍ରୀଙ୍କ ସହ ଭ୍ରମଣ କରି ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୂତି ନେଇ ଆସନ୍ତା ୩୦ ତାରିଖ ଦିନ ଫେରିବେ ଏବଂ ସହଯୋଗ ନିମନ୍ତେ ସେମାନଙ୍କ ସହ ୩ ଜଣ ଏସ୍କର୍ଟ ଅଫିସର ଯାଇଛନ୍ତି ବୋଲି ପର୍ଯ୍ୟଟନ ଅଧିକାରୀ ଶ୍ରୀ ଜଗଦୀଶ ରାୟ ସୂଚ଼ନା ପ୍ରଦାନ କରିଛନ୍ତି ।