ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ରଙ୍କୁ ଅଧ୍ୟାପକଙ୍କ ମାଡ଼ ପ୍ରତିବାଦରେ ବିକ୍ଷୋଭ

ବୁଗୁଡ଼ା, 25/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ):
Article Image
ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଏନ୍‌ସିସି ଆର୍ମି ୱିଙ୍ଗ୍ ଲ୍ୟୁଟନାଣ୍ଟ୍‌ ଅଜୟ କୁମାର ସାହୁ କିଛି ଛାତ୍ରଙ୍କୁ ମାଡ଼ ମାରିଥିବା ପ୍ରତିବାଦରେ ଆଜି ଅନ୍ୟ ଛାତ୍ରମାନେ କଲେଜ ସମ୍ମୁଖ ମୁଖ୍ୟଫାଟକ ଆଗରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ପୁଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିବା ଜଣାପଡ଼ିଛି। ଗତକାଲି ଏନ୍‌ସିସି ଦିବସ ପାଳନ ହେଉଥିବା ବେଳେ କିଛି ଛାତ୍ର ଭଲିବଲ ଅଭ୍ୟାସ କରୁଥିଲେ। ଏହି ସମୟରେ କିଛି ବିଶୃଙ୍ଖଳା ହୋଇଥିବା ବେଳେ ଅଧ୍ୟାପକ ଶ୍ରୀ ସାହୁ ଉତ୍ତ୍ଯକ୍ତ ହୋଇ କିଛି ଖେଳାଳିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଉକ୍ତ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳ ଫଳରେ ପାଠପଢ଼ା ଠପ୍ ହୋଇଯାଇଥିଲା । ପୁଲିସ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ ଆଣିଥିଲା। ଭାରପ୍ରାପ୍ତ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ଆବାହକତ୍ୱରେ ଏକ ବୈଠକ ଆୟୋଜିତ ହୋଇଥିବା ବେଳେ ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଏବଂ ଅନ୍ୟ ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଛି।
17