ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବ୍ଲକ୍ ଠାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ଏବଂ ପ୍ରାଣୀ ସମ୍ପଦ ମେଳା ସଂଗଠିତ।

କୁଜଙ୍ଗ , 25/11/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଡିଆ ଠାରେ ଗତକାଲି 24/11/2025 ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦ୍ଵିପକ୍ ପ୍ରସାଦ ସ୍ବାଇଁଙ୍କ ଅଧ୍ୟଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ , ମୁଖ୍ୟ ବକ୍ତା ଭାବେ ଜଗତସିଂହପୁର ଜିଲ୍ଲାର ସାଂସଦ ଡଃ ବିଭୁ ପ୍ରସାଦ ତରାଇ , ସମ୍ମାନୀତ ଅତିଥି ଭାବରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା , ବ୍ଲକ୍ ଅଧ୍ୟକ୍ଷା ନିନା ରାଣୀ ସାହୁ , ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ୍ , ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଜୟ ପ୍ରକାଶ ଭଞ୍ଜ , ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ଡ଼ଃ ଅଜୟ କୁମାର ସାହୁ , ଅତିରିକ୍ତ ଫିସାରୀ ଅଧିକାରୀ ସ୍ଵାର୍ଥକ ସତ୍ୟ ରଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରା , ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ଵାଇଁ , କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସଙ୍କ ସମେତ ପ୍ରାୟ (୫୦୦୦) ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ମାନେ ଯୋଗ ଦେଇଥିଲେ ତା ସହିତ ଗୋପାଳନ ଓ କୃଷି ଉପରେ ନିଜ ମଧ୍ୟରେ ଥିବା ସମସ୍ତ ଦ୍ଵନ୍ଦ ଏବଂ ପ୍ରଶ୍ନର ଉତ୍ତର ପାଇଥିଲେ। ଏବଂ ଆମର ପ୍ରିୟ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଙ୍କ ଠାରୁ ଗ୍ରାମାଞ୍ଚଳରେ ଲୋକମାନେ କିପରି ଚାଷ କରି କିପରି ଲାଭବାନ୍ ହୋଇପାରିବେ ସେ ନେଇ ଆଲୋଚନା କରିଥିଲେ।
Article Image
Article Image
Article Image
7