ପାରାଦୀପ ଗଡ / ନିମିଢ଼ି, 25/11/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ନିମିଢ଼ି ଠାରେ ଥିବା ବିଗ୍ରେଡ ସୈନିକ ସ୍କୁଲ ଦ୍ଵାରା ଆୟୋଜିତ ଏକ ବିଜ୍ଞାନ ମେଳା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବିଜ୍ଞାନ ମେଳା ରେ ଛାତ୍ର, ଛାତ୍ରୀ ମାନେ ତିଆରି କରିଥିବା ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ମାନ ପ୍ରଦର୍ଶନ କରିଥିଲେ l ଏଥିରେ ପରିବେଶ ପଦୂର୍ଷଣ, ବର୍ଷା ଜଳ ସଂରକ୍ଷଣ, ଜୈବ ବିବିଧତା, ମିଶାଇଲ୍ ନିର୍ମାଣ, ପରିବେଶ ସୁରକ୍ଷା ସଂପର୍କରେ ପ୍ରୋଜେକ୍ଟ ମାନ ପ୍ରଦର୍ଶନ କରିଥିଲେ l ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ କହିଥିଲେ ଯେ ଖୁବ୍ କମ୍ ବର୍ଷ ମଧ୍ୟରେ ଉକ୍ତ ସ୍କୁଲ ପାରାଦୀପ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ପ୍ରସିଦ୍ଧ ଲାଭ କରିପାରିଛି l ଉନ୍ନତ ଶିକ୍ଷା ଦାନ ବ୍ୟତିତ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଆସୁଛି l ଉକ୍ତ ମେଳା ରେ ଶ୍ରେଷ୍ଟ ପ୍ରତିଯୋଗୀ ଙ୍କୁ ଅତିଥି ମାନେ ସମ୍ଭର୍ଦ୍ଧିତ କରିଥିଲେ l ସ୍କୁଲ୍ ର ଅଧକ୍ଷା ଶ୍ରୀମତୀ ମମତା ରଥ ବିଜ୍ଞାନ ମେଳା କୁ ସଞ୍ଚାଳନ କରିଥିବା ବେଳେ ଡ଼ଃ ଭବାନୀ କାନ୍ତ ନନ୍ଦ ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା କର, ବେବିନା ସ୍ୱାଇଁ, ଜ୍ୟୋସ୍ନା ରାଣୀ ସାମଲ, ପ୍ରିତିଶ୍ରୀ ପରିଡ଼ା, ସୁଚିତ୍ରା ମହାପାତ୍ର, ପ୍ରିୟଙ୍କା ମଲ୍ଲିକ ପ୍ରମୁଖ ମେଳା କୁ ପରିଚାଳନା କରିଥିଲେ l


