ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

ବୁଗୁଡ଼ା, 25/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୨୮ତମ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିଦିବସୀୟ ବାର୍ଷିକ କ୍ରୀଡା ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କନିଷ୍ଠ ,ଶିଶୁ ,ବାଲ୍ ଓ କିଶୋର ଆଦି ବର୍ଗର ମୋଟ ୪୧୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୧୩୪ ଜଣ କୃତିତ୍ୱ ହାସଲ କରିଥିଲେ । କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ବାଲବର୍ଗର ଛାତ୍ରୀ ପ୍ରଜ୍ଞା କୁମାରୀ ଗୌଡ ଓ ସଂସ୍କୃତି ମହାପାତ୍ର , କିଶୋର ବର୍ଗର ଛାତ୍ର ଆଦର୍ଶ କୁମାର ପଣ୍ଡା ଚମ୍ପିଅନ୍ ରୂପେ ବିବେଚିତ ହୋଇଥିଲେ। ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବି.ଗୋପାଳ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପରିଚାଳନା ସମିତି ସମ୍ପାଦକ ବିଶ୍ବ ମୋହନ ମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ବାଲବର୍ଗର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ , ପ୍ରଧାନାଚାର୍ଯ୍ୟ ଆଟଲ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ, ଶାରୀରିକ ପ୍ରମୁଖ ସଞ୍ଜୟ କୁମାର ଷଡଙ୍ଗି କ୍ରୀଡା ବିବରଣୀ ପଠନ, ଗୁରୁମା ସୁମତି ମିଶ୍ର ସଂଯୋଜନା ଓ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ ଦାୟିତ୍ୱ ନିର୍ବାହ କରିଥିଲେ । ପରିଶେଷରେ ଅତିଥିଙ୍କ ଦ୍ବାରା କ୍ରୀଡା ପତାକା ଅବତରଣ ସାଙ୍ଗକୁ କ୍ରୀଡା ଜ୍ୟୋତିକୁ ନିର୍ବାପିତ କରାଯାଇ ଉତ୍ସବ ସମାରୋପ ଘୋଷଣା କରାଯାଇଥିଲା। ଏହି ଉତ୍ସାହପ୍ରଦ ବାର୍ଷିକ କ୍ରୀଡା ସମାରୋହ କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ମନ୍ଦିରର ସମସ୍ତ ସେବାବ୍ରତୀ ସକ୍ରିୟ ସହଯୋଗ କରିଥିଲେ ।
Article Image
18