ଏରସମା, 26/11/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :

ଜଗତସିଂହପୁର ଜିଲ୍ଲା ଏରସମା ସ୍ଥିତ ଗାନ୍ଧୀ ଭବନ ପରିସରରେ ମହାସମାରୋହରେ ଫୁଲେ ଆମ୍ବେଦକରଙ୍କ ୭୬ ତମ ସମ୍ବିଧାନ ଦିବସ ସାମାଜିକ ବିକାଶ ପରିଷଦ ଓ ଏରସମା ବରିଷ୍ଠ ନାଗରିକ ମଞ୍ଚ ମିଳିତ ଆନୁକୁଲ୍ୟରେ ପାଳନ କରାଯାଇଅଛି।ଉକ୍ତ ମଞ୍ଚରେ ସଭାପତିତ୍ବ କରିଥିଲେ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ରବି ଦାସ ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା,ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବାବାଜୀ ଚରଣ ମଲ୍ଲିକ ସହିତ ଦୁଇ ସଂଗଠନର ସଦସ୍ୟ ବୃନ୍ଦ ଶ୍ରୀଯୁକ୍ତ ଭରତ ସାମଲ,ଶ୍ରୀଯୁକ୍ତ ହେମନ୍ତ ସେଠି,ଶ୍ରୀଯୁକ୍ତ ମାୟାଧର ଦାସ,ନୃସିଂହ ଦାସ,ଶ୍ରୀଯୁକ୍ତ ଡମ୍ବୁର ଜେନା,ଚିନ୍ମୟ ନାଥ,ମନୋଜ ପାତ୍ର,ଫୁଲେ ଆମ୍ବେଦକର ସଭାପତି ଶ୍ରୀଯୁକ୍ତ ମାଧେବେନ୍ଦ୍ର ଗୋଚ୍ଛାୟତ, ନାରଣ ଦାସ,ମଞ୍ଜୁଲତା ରାଉତ , ଆଇନ୍ଜିବି ସମାଜ ସେବିକ ଶ୍ରଦ୍ଧାଞ୍ଜଳୀ ସେଠି ଉପସ୍ଥିତ ରହିଥିଲେ। ବିଶ୍ବରତ୍ନ ସମ୍ବିଧାନ ପ୍ରଣେତା, ବୋଧିସତ୍ତ୍ବ, ବାବାସାହେବ ଡଃ. ଭୀମରାଓ ରାମଜୀଆମ୍ବେଦେକର ଭାରତକୁ ଅର୍ପଣ କରିଥିବା ବିଶ୍ଵର ସର୍ବବୃହତ୍ ଲିଖିତ ସମ୍ବିଧାନ ନ୍ୟାୟ, ସମାନତା,ସତନ୍ତ୍ରତା ଓ ଭାତୃତ୍ବର ଭାବଧାରା ଉପରେ ଆଧାରିତ ଓ ସମ୍ବିଧାନରେ ଥିବା ପ୍ରତ୍ୟେକ ନାଗରିକମାନଙ୍କ ମୌଳିକ ଅଧିକାର ଓ କର୍ତବ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ସର୍ବଶେଷରେ ଫୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅତିଥି ମାନଙ୍କୁ ଧନ୍ୟ ବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

