ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଦିତ୍ୟ ରିଫାଇନାରୀ ପକ୍ଷରୁ ପୋଡ଼ାପାଡ଼ି ଗାଁରେ ମଡେଲ ଅଙ୍ଗନୱାଡ଼ି କେନ୍ଦ୍ର ଉଦଘାଟିତ

ରାୟଗଡ଼ା, 26/11/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ କଂସାରିଗୁଡ଼ା ସ୍ଥିତ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଆଦିତ୍ୟ ବିର୍ଲା ଗ୍ରୁପର ଏକ କମ୍ପାନୀ ପକ୍ଷରୁ ଆଜି ସ୍ଥାନୀୟ ପୋଡାପାଡି ଗ୍ରାମରେ ଏକ ମଡେ଼ଲ ଅଙ୍ଗନୱାଡି କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଅଛି। ପର୍ଶ୍ୱସ୍ଥ ଗ୍ରାମରେ ଉନ୍ନୟନ ଏବଂ ଶିଶୁ କଲ୍ୟାଣ ପ୍ରତି ଆଦିତ୍ୟ ଆଲୁମିନା ରିଫାଇନାରୀ ସୁଦୃଢ ଭାବେ ପ୍ରତିଶ୍ରୁିବଦ୍ଧ ହୋଇଥିବାବେଳେ ଏହି କ୍ରମରେ ମଡେଲ ଅଙ୍ଗନୱାଡ଼ି କେନ୍ଦ୍ରଟି ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମଝହର ବେଗ, ଯୁନିଟ ମୁଖ୍ୟ ତଥା ଅଧ୍ୟକ୍ଷଙ୍କ ସମେତ ଆଇସିଡିଏସ ବିଭାଗ ଅଙ୍ଗନୱାଡି ପରିଚାଳକ ଶ୍ରୀମତୀ ଜୟନ୍ତୀ ଦାସ ଯୋଗ ଦେଇଥିଲେ। ଏଥିସହିତ ଶ୍ରୀ ରମେଶ ଚନ୍ଦ୍ର ଦୁବାଡା, ପ୍ରକଳ୍ପ ନିର୍ମାଣ ମୁଖ୍ୟ; ଶ୍ରୀ ଦୀପକ ମହାନ୍ତି, ମାନବ ସମ୍ବଳ ବିଭାଗ, ଆଇଆର୍, ସିଏସଆର ଏବଂ ଓଏଚସି ମୁଖ୍ୟ; ଏବଂ ଶ୍ରୀ ତନ୍ମୟ ମହାନ୍ତି, ସିଏସ୍‌ଆର୍ ଓ ଆର୍ ଏବଂ ଆର୍ ପ୍ରକଳ୍ପ ପରିଚାଳକ ଉପସ୍ଥିତ ଥିଲେ। ସ୍ଥାନୀୟ ଗ୍ରାମ ବୁଦ୍ଧିଜୀବୀ ତଥା ଲୋକପ୍ରତିନଧି ଶ୍ରୀ ରାଜେନ୍ଦ୍ର ଧୂରିଆ, ଶ୍ରୀ ତ୍ରିଲୋଚନ ଧୂରିଆ, ଶ୍ରୀ ପ୍ରଭୁ ଖୋସଲା, ଏବଂ ଶ୍ରୀ କୁନୁ ସ୍ୱାଇଁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ବେଗ୍ ଉଦବୋଧନ ଦେଇ କହିଛନ୍ତି ଯେ, ଏହି ମଡେଲ ଅଙ୍ଗନୱାଡ଼ି କେନ୍ଦ୍ରଟି ଶୈଶବରୁ ଛଅ ବର୍ଷ ବୟସ୍କ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସୁରକ୍ଷିତ, ଶିଶୁବାନ୍ଧବ ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ସମାବେଶୀ ପରିବେଶ ପ୍ରଦାନ କରିବ। ଉକ୍ତ କେନ୍ଦ୍ରରେ ପ୍ରାରମ୍ଭିକ ଶିକ୍ଷା ସାମଗ୍ରୀ, ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଏହି କେନ୍ଦ୍ରରେ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଅଞ୍ଚଳରେ ଆହୁରି ୯ଗୋଟି ମଡେଲ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀ ବେଗ ପୋଡାପାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ନିବାସରେ ଏକ ନୂତନ ଶୌଚାଳୟ ଉଦଘାଟନ କରିଥିଲେ। ଆଦିତ୍ୟ ରିଫାଇନାରୀ ସିଏସଆର ପକ୍ଷରୁ ଅଞ୍ଚଳରେ ଏଭଳି ଉନ୍ନୟନ ପଦକ୍ଷେପ ଗ୍ରହଣ କରିଥିବାରୁ ସ୍ଥାନୀୟ ଲୋକେ କମ୍ପାନୀ କତୃପକ୍ଷଙ୍କୁ ଭୂୟୁସୀ ପ୍ରଶଂସା କରିଛନ୍ତି।
Article Image
9