ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଦିବାସୀ ଭାରତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ବୁଗୁଡ଼ା, 26/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସମ୍ବିଧାନ ଦିବସ ଅବସରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବୁଗୁଡ଼ା ସହର ପରିକ୍ରମା କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ଜରିଆରେ ୭ ଦଫା ଦାବି ସମ୍ବଳିତ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଦାବି ସମୂହ ହେଲା ବୁଗୁଡା ବ୍ଲକର କଣ୍ଡରାଇ ସମେତ ସମସ୍ତ ଆଦିବାସୀ ଗାଁ ରେ ଉଭୟ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପ୍ରଦାନ କରିବା, ଆଜି ମଧ୍ୟ ରାସ୍ତା, ଶିକ୍ଷା ଆଦି ମୌଳିକ ସମସ୍ୟା ଅଛି ତାର ସ୍ଥାୟୀ ସମାଧାନ କରିବା, ଜଙ୍ଗଲ ଜମିରେ ଆନ୍ଧ୍ର ଜମି ମାଫିଆ ଓ ଦଲାଲ ପ୍ରବେଶ କରି ବଳପୂର୍ବକ ଜଙ୍ଗଲ କାଟିବା, ଜଙ୍ଗଲଜମିରେ ବୁଲଡୋଜର ଲଗାଉଛନ୍ତି। ସେମାନଙ୍କୁ ଦୃଢ ହସ୍ତରେ ଦମନ କରିବା, ମର୍ଯ୍ୟାଦାର ସହ ବଞ୍ଚିବା ପାଇଁ ହାତକୁ କାମ ଯୋଗାଇବା, ଆଦିବାସୀଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରୁଥିବା, ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଜଙ୍ଗଲ ଧ୍ବଂସକୁ ରୋକିବା, ୩୦୦ ରୁ ୪୦୦ ଫୁଟ ଗଭୀର ନଳ କୂଅ ଖୋଲି ପାଣି ଶୋଷି ନେଉଥିବା ଯୋଗୁ୨ ବର୍ଷ ହେଲା ଚାଷ ଗଭୀର ପ୍ରଭାବିତ ହେଉଛି, ସେଥିପାଇଁ ଗଭୀର ନଳ କୂଅ ଖୋଲିବା ବ୍ୟାନ କରିବା, ସରକାରୀ ସ୍କୁଳ ବନ୍ଦ କରିବା ବଦଳରେ ସ୍କୁଲ ଚାଲୁ କରି ଶିକ୍ଷକ ନିଯୁକ୍ତ କରିବା ଆଦି ଦାବି ରଖିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାଣିତରା ଗ୍ରାମପଞ୍ଚାୟତର କଣ୍ଡରାଇ ଆଦିବାସୀ ଗାଁରେ ଗତ ୨୧ ନଭେମ୍ବରରେ ଆଦିବାସୀ ସମାଜର ଗ୍ରାମସଭା ଆୟୋଜିତ ହୋଇ ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାର, ମର୍ଯ୍ୟାଦାର ସହ ବଞ୍ଚିବା ଅଧିକାର ଉପରେ ବିଚାର-ବିମର୍ଷ ହୋଇଥିଲା। ଉଭୟ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଅଧିକାର, ଗ୍ରାମସଭାର ବିନା ଅନୁମୋଦନରେ ଜମି ମାଫିଆମାନେ କିପରି ଆଦିବାସୀଙ୍କ ଉଭୟ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଜମିରେ ପ୍ରବେଶ କରୁଛନ୍ତି। ଦଶନ୍ଧି ଦଶନ୍ଧି ଧରି ପୂର୍ବପୁରୁଷାନୁକ୍ରମେ ଜଙ୍ଗଲରୁ ଆମ୍ବ, ପଣିଷ, କେନ୍ଦୁ, ମହୁଲ ଆଦି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଜଙ୍ଗଲ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଥିବା କଣ୍ଡରାଇ, ବେଳଗାଁ, ସମଲାଇ,ନିମପଲ୍ଲୀ ଆଦି ଜଙ୍ଗଲ ଜମିରେ ଆନ୍ଧ୍ର ଜମି ମାଫିଆ ଓ ପ୍ରଭାବଶାଳି ଜମି ମଫିଆ ଓ ଦଲାଲ ପ୍ରବେଶ କରି ବଳପୂର୍ବକ ଜଙ୍ଗଲ କାଟିବା, ଜଙ୍ଗଲଜମିରେ ବୁଲଡୋଜର ଲଗାଉଛନ୍ତି। ଜିଲ୍ଲା ପ୍ରଶାସନ କିପରି ନୀରବ ଅଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା।ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ଯୋଗୁଁ ଗ୍ରାମସଭା କ୍ଷୋଭ ପ୍ରକାଶ କରିବା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସ୍ଥାୟୀ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ଅନେକ ବ୍ୟକ୍ତିଗତ ଜମିରେ ଜମି ମାଫିଆମାନେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିବା ସହ ଗୋଷ୍ଠୀ ଗତ ଜଙ୍ଗଲରେ ବୁଲଡୋଜର ତୁଲାଉଛନ୍ତି। ଆଦିବାସୀ ପିଲାଙ୍କ ଶିକ୍ଷା ରୁ ବଞ୍ଚିତ କରିବା, ରାସ୍ତା ଆଦି ମୌଲିକ ସୁବିଧା ସୁଯୋଗ ରୁ ବଞ୍ଚିତ କରିବା, ହାତକୁ କାମ ନଥିବାରୁ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଅନୁଯାଇ କାମ ପ୍ରଦାନ କରିବା ଆଦି ଦିଗରେ ଧ୍ୟାନ ଦେବାକୁ ଆଦିବାସୀ ଭାରତ ମହାସଭାର ରାଜ୍ୟ ସଂପାଦକ ଟୁନା ମଲ୍ଲିକ ଦାବି ଉପସ୍ଥାପନ କରିଥିଲେ। ଏଥିରେ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ, କଣ୍ଡରାଇ ଗ୍ରାମ ସଭାପତି ନିଧିଆ ପ୍ରଧାନ, ସମଲାଇ ଦିବାକର ପ୍ରଧାନ, ବରଡାସାହି ଦେବରାଜ ଜାନି, ଜଗନ୍ନାଥ ପ୍ରସାଦ ମୁଠାର କାର୍ତ୍ତିକ ପ୍ରଧାନ, କ୍ରାନ୍ତିକାରୀ କୃଷକ ସଭାର ଗିରିଧାରୀ ପ୍ରଧାନ ମହିଳା ନେତ୍ରୀ ସଂଯୁକ୍ତା ପ୍ରଧାନ, ନର୍ମଦା ପ୍ରଧାନ ଆଦି ନେତୃତ୍ବ ନେଇଥିଲେ। ଆଦିବାସୀଙ୍କ ପ୍ରତି ଅନ୍ୟାୟ କୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।
Article Image
10