ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା

ଏରସମା, 26/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ବିଦ୍ୟା ମନ୍ଦିର ଉଚ୍ଚ ନୂଆଗାଁ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି।
Article Image
ଏହି ବିଜ୍ଞାନ ମେଳା ପ୍ରତିଯୋଗିତାରେ ଏକ ନିଆର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା,ଏଥିରେ ଶ୍ରୀ ଜଗନ୍ନାଥ ବିଦ୍ୟା ମନ୍ଦିର ,ଉଚ୍ଚ ନୂଆଗାଁ ର ପୁରାତନ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ସମସ୍ତ କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଥମେ ସେମାନଙ୍କୁ ବିଦ୍ୟାଳୟ ର ମୁଖ୍ୟ ଫାଟକ ଆଗରେ ସ୍ବାଗତ ଜଣାଇ ଥିବା ସହିତ ପୁସିଂ କାର୍ଡ ବଣ୍ଟନ କରିଥିଲେ।ପରବର୍ତ୍ତୀ ସମୟରେ କୁନି ବୈଜ୍ଞାନିକ ମାନଙ୍କ ପାଇଁ ଟିଫିନ୍ ର ବନ୍ଦୋବସ୍ତ କରିଥିଲେ,ପରେ ପରେ ଏହି କୁନି ବୈଜ୍ଞାନିକ ମଧ୍ୟରୁ ଯେଉଁ କୋଡ଼ିଏ ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଥିଲେ ।ସେମାନଙ୍କୁ ଟ୍ରଫି ପ୍ରଦାନ କରି ଥିବା ଭଳି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା,ଏମିତି କାର୍ଯ୍ୟକ୍ରମ କରିବା ପାଇଁ ସେହି ବିଦ୍ୟାଳୟର ପୁରାତନ ଛାତ୍ର ମଧୁସୂଦନ ସ୍ୱାଇଁ,ରାଜୀବ ନାୟକ,ମିହିର ଦାସଙ୍କ ନେତୃତ୍ୱରେ ସେହି ବିଦ୍ୟାଳୟର ଅନ୍ୟ ପୁରାତନ ଛାତ୍ର ଉତ୍ତମ ରାଉତ,ତୁଷାର ପରିଡ଼ା,ଲିପୁ ପରିଡ଼ା ,ପ୍ରଦୀପ ଖଟୁଆ,ହେମନ୍ତ ଖଟୁଆ,ସିଦ୍ଧାନ୍ତ ସ୍ୱାଇଁ,ବଳରାମ ଖଟୁଆ,ତପନ ସ୍ୱାଇଁଏବଂବର୍ତ୍ତମାନ ଛାତ୍ର ଛାତ୍ରୀ ଓ ଅନ୍ୟମାନେ ସହଯୋଗ କରିଥିଲେ ,ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଏଭଳି ନିଆରା ଦୃଶ୍ୟ ଦେଖି ବ୍ଳକ୍ ର ସମସ୍ତ ଶିକ୍ଷକ,ଅଭିଭାବକ ଓ ଅତିଥି ପ୍ରଶଂସା କରିଥିଲେ ।
10