କୁଜଙ୍ଗ , 27/11/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୁଜଙ୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡ଼ା ସମାରୋହ ଉଦଘାଟିତ ହୋଇ ଯାଇଛି l ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କ୍ରୀଡ଼ା ସମାରୋହ କୁ ଉଦ୍ଘାଟନ କରିଥିଲେ l
ଶିକ୍ଷା ସହିତ କ୍ରୀଡ଼ା ଅଙ୍ଗାଙ୍ଗି ଭାବେ ଜଡ଼ିତ l କ୍ରୀଡା ଦ୍ଵାରା ଛାତ୍ର,ଛାତ୍ରୀ ଙ୍କ ଶାରୀରିକ ଓ ମାନସିକ ବିକାଶ ଘଟିଥାଏ l ସବୁ କ୍ଷେତ୍ରରେ ଏକ ନମ୍ବର ହେବା ପାଇଁ ମନୋଭାବ ରଖିଲେ ଜଣେ ନିଶ୍ଚୟ ସଫଳ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ବରିଷ୍ଟ ଆଚାର୍ଯ୍ୟl ତିଳୋତ୍ତମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ସଂପାଦକ ଅଧିବକ୍ତା କରୁଣାକର ସାହୁ ଯୋଗଦେଇ କ୍ରୀଡାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମାର୍ଗ ଦର୍ଶନ ଦେବା ସହିତ ଧନ୍ୟବାଦ୍ ପ୍ରଦାନ କରିଥିଲେ l ବିଦ୍ୟାଳୟ କ୍ରୀଡ଼ା ପ୍ରମୁଖ ସଞ୍ଜୟ କୁମାର ଦାଶ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କ୍ରିଡ଼ା ସମାରୋହ କୁ ଗୋପବନ୍ଧୁ ଷଡ଼ଙ୍ଗୀ, ବୈରାଗୀ ଚରଣ ସ୍ୱାଇଁ, ବିରଞ୍ଚି ନାରାୟଣ ରାଉତ, ସୁଚିତ୍ରା ଜେନା, ଅଞ୍ଜଳୀ ପ୍ରଭା ମହାରଣା, ବାଇଧର ସ୍ୱାଇଁ, ହରପ୍ରିୟା ସାହୁ ପ୍ରମୁଖ ପରିଚାଳନା କରିଥିଲେ l