ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୋରିକିନା ହାଇସ୍କୁଲ ପୁରାତନ ଦିବଂଗତ ଛାତ୍ରଙ୍କ ପରିବାରକୁ ଆର୍ଥିକ ସହାୟତା

ଜଗତସିଂହପୁର / ବୋରିକିନା , 27/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ପୁରାତନ ବୋରିକିନା ହାଇସ୍କୁଲର ୧୯୯୫ ମସିହା ବ୍ୟାଚର ପୁରାତନ ଛାତ୍ର ରବୀନ୍ଦ୍ର ସ୍ୱାଇଁ (୪୩)ଙ୍କ ଅକାଳ ବିୟୋଗରେ ସେହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନେ ଗଭୀର ଶୋକ ପ୍ରକାଶ କରି ତାଙ୍କ ଏକାଦଶାହରେ ରାମତୋଳ ସ୍ଥିତ ବାସଭବନରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କ ଧର୍ମପତ୍ନୀଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ବ୍ୟାଚର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଶ୍ରୀ ସ୍ୱାଇଁଙ୍କ ପରିବାରକୁ ଗଭୀର ସମବେଦନା ପ୍ରକାଶ କରି ଆଗାମୀ ଦିନରେ ସମସ୍ତ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଏଥିରେ ଶୁଭ୍ରେନ ରାୟ, ବାସୁଦେବ ମହାନ୍ତି, ଉଲ୍ଲାସ କୁମାର ସେଠୀ, ମନୋଜ ମହାରଣା, ନିରଞ୍ଜନ ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ନାୟକ, ସୁଦାମ ଚରଣ ଭୋଳ, ମନୋଜ ମୁଦୁଲି, ପ୍ରତାପ ନାୟକ, ଅଭିମନ୍ୟୁ ସାହୁ, ଭୋଳାନାଥ ବାରିକ, ନରେନ୍ଦ୍ର ପାଢୀ, ଦୀପକ ବରାଳ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ କରିଥିଲେ । ଏଭଳି ସାହାଯ୍ୟକୁ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି ।
9