ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

କୁଜଙ୍ଗ / ବାଲିଆ, 28/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
କୁଜଙ୍ଗ ଥାନା ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡବନ୍ଧ ଗ୍ରାମର ଏକଡାଳିଆ ପଡାରେ ଦଶମ ବାର୍ଷିକ ଶ୍ରୀମଦ୍ ଭାଗବତ ଗୀତା ସଂପୁଟ ଆହୁତି ଓ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଏକଡାଳିଆ ପଡାର ମଙ୍ଗଳମୟୀ ମା"ଅଁଳେଇ ଠାକୁରାଣୀଙ୍କ ପ୍ରାଙ୍ଗଣରେ ବାର୍ଷିକ ଉତ୍ସବର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା,ଘଟସ୍ଥାପନ,ସୂର୍ଯ୍ୟପୂଜା ଓ ବିଭିନ୍ନ ଦିବସରେ ଗୋପୂଜା,ଷୋଡ଼ଷ ଉପଚାର ପୂଜା,ରାମ ଜନ୍ମ,ରାମ ବିବାହ ,ସୁନ୍ଦରାକାଣ୍ଡ, ରାବଣ ନିଧନ ଘ୍ରୃତଯଜ୍ଞ,ମାନସ ପାରାୟଣ, ହନୁମାନ ଚାଳିଶା ପ୍ରତ୍ୟେହ ଭାଗବତ ପାଠ ସହସ୍ରନାମ ଆହୁତି ପୂର୍ଣ୍ଣାହୁତି ଓ ପ୍ରଶାଦ ସେବନ ଅନୁଷ୍ଠିତ ହୋଇଛି।ବିଭିନ୍ନ ସନ୍ଧ୍ୟାରେ ପ୍ରବଚନ ପରିବେଷଣ ସହିତ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଏକଡାଳିଆ ପଡ଼ାର ସମସ୍ତ ଗ୍ରାମ ବାସୀମାନେ ଉତ୍ସବ ପରିଚାଳନା କରିଥିଲେ।
Article Image
16