ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୪୧ହେକ୍ଟର ଜମିରେ "କୁଫ୍ରିପୋଖରାଜ" ଆଳୁଚାଷ ଲକ୍ଷ୍ୟ !

ବୁଗୁଡ଼ା, 29/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆଳୁ ଉତ୍ପାଦନ ବୃଦ୍ଧି ଓ ଆଳୁ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ତରଫରୁ ଆଳୁ ମିଶନ ମାଧ୍ୟମରେ ଚାଷୀଙ୍କୁ ଉତ୍ତମ ଗୁଣବତ୍ତା ଆଳୁ ବିହନ ଯୋଗାଉଥିବାବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଉଦ୍ୟାନ କୃଷି ବିଭାଗ ୪୧ହେକ୍ଟର ଜମିରେ ୬୧୫କୁଇଣ୍ଟାଲ ଆଳୁ ଚାଷ ର ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ପର୍ଯ୍ୟାୟ ରେ ୩୫୦ କୁଇଣ୍ଟାଲ ପଞ୍ଜାବ ର "କୁଫ୍ରିପୋଖରାଜ"ଆଳୁ ବିହନ ବୁଗୁଡ଼ା ରେ ପହଁଚିଛି । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିହନର ମାନ ଯାଞ୍ଚ କରି ଗୋଦାମରେ ରଖାଯାଇଛି । ଏହି ବିହନ କିଲୋ ପ୍ରତି ଦର ୪୨ଟଙ୍କା ୨୪ପଇସା ରହିଥିବା ବେଳେ ଚାଷୀ ୨୦ ଟଙ୍କା ଦରରେ କ୍ରୟ କରିବେ, ଓଡ଼ିଶାରେ ଅଧିକ ଆଳୁ ଉତ୍ପାଦନ, ଚାଷୀଙ୍କୁ ଆତ୍ମନିର୍ଭରଶୀଳ, ସ୍ୱାବଲମ୍ବୀ ଏବଂ ଚାଷୀ ଙ୍କୁ ଉତ୍ସାହିତ କରିବାପାଇଁ ବୁଗୁଡ଼ା ଉଦ୍ୟାନ କୃଷିବିଭାଗ ପ୍ରଥମ ପର୍ଯ୍ୟାୟ ରେ ୫୦ ଜଣ ଚାଷୀଙ୍କୁ ଚିହ୍ନଟ କରିଛି । ଗୋସୁଗମ ପୋର୍ଟାଲରେ ପଞ୍ଜିକରଣ କରିଥିବା ଚାଷୀଙ୍କୁ ପ୍ରତି ହେକ୍ଟର ପିଛା ୧୫ କୁଇଣ୍ଟାଲ ବିହନ ଯୋଗାଇବା ସହିତ, ବିହନ ଲଗାଇବାର ଫୋଟ ଉଦ୍ୟାନ କୃଷି ବିଭାଗରେ ଦାଖଲ କଲେ ଚାଷୀଙ୍କୁ ସବସିଡି ବାବଦକୁ କିଲୋ ପ୍ରତି ୧୦ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତା କୁ ପ୍ରେରଣ କରିବାର ବ୍ୟବସ୍ଥା କରାଯାଇଥିବା ବୁଗୁଡ଼ା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏମ. ଦେବାଶିଷ ଦୋରା କହିଛନ୍ତି।
Article Image
8