ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲସ କଲେଜରେ ଶକ୍ତି ଶ୍ରୀ ଓ ଆଇସିସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବୁଗୁଡ଼ା, 29/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ଶକ୍ତି ଶ୍ରୀ ଓ ଆଇସିସି ସେଲ ପକ୍ଷରୁ ମିଳିତ ଭାବେ ମହିଳା ସଚେତନତା କାର୍ଯ୍ୟକ୍ରମ କଲେଜ ପରିସରରେ ନଭେମ୍ବର ୨୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶକ୍ତି ଶ୍ରୀ ସଂଯୋଜିକା ଇତିହାସ ବିଭାଗ ଅଧ୍ୟାପିକା ରଶ୍ମିତା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଛାତ୍ରୀମାନଙ୍କୁ ସଶକ୍ତ କରିବା ସହ ମହିଳା କର୍ମଜୀବୀଙ୍କ ସୁରକ୍ଷା ପାଇଁ ଆଇସିସି ଆଇନ ବିଷୟରେ ସଚେତନ କରାଯାଇଥିଲେ। କଲେଜର ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଇସିସି ସଦସ୍ୟା ଆଡଭୋକେଟ ସାଇ ସନ୍ତୋଷିନୀ ପ୍ରଧାନ ଯୋଗଦେଇଥିଲେ। ଅନ୍ୟାନ୍ୟ ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ରସାୟନ ବିଜ୍ଞାନ ଅଧ୍ୟାପକ ବିଜେନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପିକା ଶୁଭକେଶୀ ବରମୁଣ୍ଡି, ଭି ସଂତୋଷି ରାଜୁ, ଯସ୍ମୀନି ମ୍ୟାଡେମ, ରଶ୍ମିତା ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ବିଜେନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
9