ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଦର୍ଶ ଶିକ୍ଷକଙ୍କ ସ୍ମୃତି ଚାରଣ ସଭା।

ଏରସମା, 30/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଅବସରପ୍ରାପ୍ତ କ୍ରୃତ୍ତି ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ରାଉତରାୟଙ୍କ ଏକାଦଶାହ ଅବସରରେ,ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ଅନ୍ତର୍ଗତ ବନିପାଟ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି।ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ରାଉତରାୟଙ୍କ ଦୀର୍ଘ ଶିକ୍ଷକତା ଜୀବନର ସଫଳତା ସମ୍ପର୍କରେ ଆଲୋକପାତ କରିବା ସହିତ ସେ' ଜଣେ ଛାତ୍ରବତ୍ସଳ,ନିଷ୍ଠାପର ଓ ଜଣେ ସମୟାନୁବର୍ତ୍ତୀ ଶିକ୍ଷକ ଥିଲେ ବୋଲି କହି ତାଙ୍କର ସ୍ମୃତି ଚାରଣ କରିଥିଲେ।ଇଂ ରଞ୍ଜନ କୁମାର ସ୍ଵାଇଁଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୃତି ଚାରଣ ସଭାରେ ପୂର୍ବତନ ବିଧାୟକ ଡ଼ା ଲଲାଟେନ୍ଦୁ ମହାପାତ୍ର,କଂଗ୍ରେସ ନେତା ଇଂ ନଳିନୀ ସ୍ଵାଇଁ,ଦୀନଦୟାଲ ଉପାଧ୍ୟାୟ ପାରାଦୀପ ଇଣ୍ଡଷ୍ଟ୍ରିଆଲ ଶ୍ରମିକ ସଂଘ ସଭାପତି କ୍ଷିରୋଦ ଚନ୍ଦ୍ର ପରିଡ଼ା,ସାମ୍ବାଦିକ ପ୍ରଶାନ୍ତ ମହାପାତ୍ର,ବିଜେପି ଜିଲ୍ଲା ଉପ ସଭାପତି ମୋହିତ ମହାନ୍ତି,ଶିକ୍ଷକ ନେତା ବାବୁରାମ ଚୌଧୁରୀ,ଅବସରପ୍ରାପ୍ତ ବିଦ୍ୟାଳୟ ଉପ ପରିଦର୍ଶକ ନବୀନ ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର ନାଥ ସ୍ଵାଇଁ,ସାଗବ ଚରଣ ସ୍ଵାଇଁ,ମୂରଲୀଧର ମଲ୍ଲିକ,ମାଗୁଣି ସ୍ଵାଇଁ,ଭାଗବତ ସେଠି,ବିଶ୍ୱନାଥ ସ୍ଵାଇଁ, କ୍ଷେତ୍ରବାସୀ ଦାସ ପ୍ରମୁଖ ଯୋଗଦେଇଥିଲେ।ଅଜିତ କୁମାର ପାଣି ମଞ୍ଚ ସଂଯୋଜନା କରିଥିଲେ।ସୁଶିଲ,ଅନିଲ,ଉତ୍ତମ,ବିଜୟ,ନାରାୟଣ,ବିପ୍ଳବ,ଦିଗମ୍ବର,ରଶ୍ମିରଞ୍ଜନ,ବୀଣାପାଣି ଓ ସ୍ଵାତୀ ଏହି ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
8