ଏରସମା, 30/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ଚଟୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମେଗା ସ୍ବାସ୍ଥ୍ୟସେବା ଶିବିର ସମାଜସେବୀ ସୁବାଷ କୁମାର ପାଣିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ରବିବାର ରୋଟାରୀ କ୍ଲବ ଭୂବନେଶ୍ଵର କନଫ୍ଲୁଏନ୍ସ ପକ୍ଷରୁ ଆୟୋଜିତ ଶିବିରରେ ଡ଼ା,ଲଳିତ ବେହେରା,ଡ଼ା,କାଜଲ ରଖିତ୍,ଡ଼ା, ଶୌଭିକ ସିଂହ,ଡ଼ା,ଆଲୋକ ସାହୁ ଓ ଡ଼ା, କାଳୀକିଙ୍କର ସେନାପତି ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ। ଆଜିର ଶିବିରରେ ବିଭିନ୍ନ ଅଞ୍ଚଳର ୫୬୪ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଛି।ଶିବିରକୁ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଉଦଘାଟନ କରିଥିଲେ।ସଞ୍ଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ବ୍ଲକ୍ ଆଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ତିନି ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗଛାୟତ, ଆଲୁମିନିୟମ କମିଟି ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ,ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବଦତ୍ତ ସାହାଣୀ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ସ୍ମୀତା ଦାସ,ସରପଞ୍ଚ ପ୍ରକାଶ ସୁନ୍ଦରାୟ,ସମିତି ସଭ୍ୟା ମୋନାଲିସା ମହାପାତ୍ର,ରୋଟାରୀ କ୍ଲବ ସଭାପତି ରୁଦ୍ର ପ୍ରଶାଦ ହୋତା,ସମ୍ପାଦକ ପ୍ରଣତ କିଶୋର ଜେନା, ସମାଜସେବୀ ଶିବ ପ୍ରସାଦ ମଲ୍ଲ, ପୂର୍ବତନ ସମିତି ସଭ୍ୟ ନକୁଳ ନାୟକ,ଆଇନିଜିବୀ ନୃସିଂହ ଚରଣ ପ୍ରଧାନ,କୈଳାସ ଚନ୍ଦ୍ର ମହାପାତ୍ର, ପଣ୍ଡିତ ବିଭୁରଞ୍ଜନ ଦାଶ ଯୋଗଦେଇଥିଲେ।ସଚ୍ଚିଦାନନ୍ଦ ଯୁବକ ସଂଘ ବଟିରା କେନ୍ଦ୍ରାପଡାର ସଭାପତି ଶରତ ଚନ୍ଦ୍ର ବେହେରା,ସମ୍ପାଦକ ପ୍ରବିର ବେହେରା,ପ୍ରଫୁଲ୍ଲ ଚୌଧୁରୀ , ଅଜିତ୍ କୁମାର ବେହେରା ଶିବିର ପରିଚାଳନା କରିଥିବା ବେଳେ ଲୋକନାଥ ରାଉତ, ଅଛୁତାନନ୍ଦ ସ୍ୱାଇଁ ,ପ୍ରକାଶ ସ୍ୱାଇଁ, ରଞ୍ଜନ ସ୍ୱାଇଁ, ଗଣେଶ ପାତ୍ର,ବସନ୍ତ ନାୟକ ପ୍ରମୁଖ ଉତ୍ସବକୁ ଶାନ୍ତି ଶୃଙ୍ଖଳାଳ ସହିତ ପରିଚାଳନା କରିଥିଲେ।
