ଯାଜପୁର, 30/11/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ବଡ଼ଚଣା ବ୍ଲକ ଅନ୍ତର୍ଗତ ଵନ୍ଦାଳ ଗ୍ରାମ ପଞ୍ଚାୟତ ଅଧୀନ ଓଲର ଗ୍ରାମ ର ଗ୍ରାମଦେବତୀ ମା ବୁଢୀଜାଗୁଳାଇ ମନ୍ଦିର ରୁ ଗତକାଲି ବିଳମ୍ବିତ ରାତିରେ କିଛି ଚୋର ମନ୍ଦିର କବାଟର କୋଲପ ଭାଙ୍ଗି ଭିତରେ ପଶି ମା ଙ୍କ ଗୋଟିଏ ରୂପାମୁକୁଟ,ତିନୋଟି ସୁନାଚିତା, ଆସବାପତ୍ର, ହୁଣ୍ଡିଦାନବାକ୍ସ କୁ ମଧ୍ୟ ଚୋରିକରି ନେଇଯାଇଛନ୍ତି ଏ ନେଇ ଓଲର ଗ୍ରାମବାସୀ ବଡ଼ଚଣା ଥାନା ରେ ଲିଖିତ ଅଭିଯୋଗ କଲାପରେ ଘଟଣା ସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛି