ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା’ ଜାଗ୍ରତ ଗୌରୀ ପୀଠରେ ଦ୍ୱାତ୍ରିଂଶ ବାର୍ଷିକ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ

ଏରସମା, 30/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ଶ୍ରୀମଦ ଦ୍ଭଗବଦ ଗୀତାର ପ୍ରତିଟି ବାଣୀ ମାନବ ସମାଜର ମଙ୍ଗଳ, ଶାନ୍ତି ଓ ସଦଭାବ ଅଭିପ୍ରେତ
Article Image
ବାଲିକୁଦା ବ୍ଲକର ଅଳାଭର ପଞ୍ଚାୟତ ରଣପୁର ସ୍ଥିତ ମା’ ଜାଗ୍ରତ ଗୌରୀଙ୍କ ପୀଠରେ ଆଞ୍ଚଳିକ ଜାଗ୍ରତ ଗୌରୀ ଗୀତା ପ୍ରଚାର ସମିତି ଆନୁକୂଲ୍ୟରେ ଦ୍ୱାତ୍ରିଂଶ ତମ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଉଦଘାଟିତ ହୋଇଯାଇଛି । ପ୍ରାତଃରୁ ଅଙ୍କୁରାରୋପଣ, ଅଧିବାସ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଏକ ମନୋଜ୍ଞ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ବିଶ୍ୱଶାନ୍ତି ଗୀତା ମହାଯଜ୍ଞରେ ବରେଣ୍ୟ ଅତିଥି ରୂପେ ମା’ ସିଦ୍ଧିଦାତ୍ରୀ ଦିବ୍ୟଜୀବନ ସେବାଶ୍ରମର ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀ ମହାରାଜ, ବେଦାନ୍ତାଚାର୍ଯ୍ୟ ପଣ୍ଡିତ ଅମରେନ୍ଦ୍ର ପ୍ରସାଦ ନନ୍ଦ, ଡାକ୍ତର ସରୋଜ କୁମାର ପରିଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶ୍ରୀମଦ୍ ଭଗବଦ ଗୀତାର ପ୍ରତିଟି ବାଣୀ ଆଜିର ବିପଥଗାମୀ ସମାଜ ପାଇଁ ବିଶେଷ ପ୍ରଣିଧାନ ଯୋଗ୍ୟ ବୋଲି କହିବା ସହିତ ସମଗ୍ର ମାନବ ସମାଜରୁ ମାନବୀୟ ମୂଲ୍ୟବୋଧ ଦ୍ରୁତ ଭାବରେ ହ୍ରାସ ପାଉଥିବା ସମୟରେ ମହାନ ଆଧ୍ୟାତ୍ମିକ ଗ୍ରନ୍ଥ ଶ୍ରୀମଦ୍ ଭଗବଦ ଗୀତାର ବାଣୀ ବିଶେଷ ଭାବରେ ପ୍ରଚାର ପ୍ରସାର ହେବା ସହିତ ଏହା ପ୍ରତିଟି ଜନଜୀବନର ଜୀବନଚର୍ଯ୍ୟାକୁ ଅନୁପ୍ରାଣିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ସମଗ୍ର ଜଗତସିଂହପୁର ଜିଲାରେ ଏଭଳି ଏକ ଗୀତା ଯଜ୍ଞ ଆୟୋଜନ ଦ୍ୱାରା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପାରିବ ବୋଲି ସେ କହିଥିଲେ । ଗୀତା ପ୍ରଚାର ସମିତିର ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଆଞ୍ଚଳିକ ଗୀତା ପ୍ରଚାର ସମିତିର ଦିବଂଗତ ସଦସ୍ୟ ମାନଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଗୀତା ପ୍ରଚାର ସମିତିର ସମ୍ପାଦକ ଚନ୍ଦ୍ରଶେଖର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଏହି ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଏ ଅଞ୍ଚଳର ଗଣ ପର୍ବ ହୋଇ ପାରିଛି ବୋଲି କହିଥିଲେ । ଆଜିର ସମାଜରେ ଆଧ୍ୟାତ୍ମିକ ଜୀବନଯାପନ ଦ୍ୱାରା ସାଧାରଣ ମଣିଷ ଦିବ୍ୟ ଚେତନା ଓ ସୁଖ ଶାନ୍ତିର ପ୍ରାପ୍ତି ହୋଇପାରିବ ବୋଲି କହିଥିଲେ । ଏହି ଉଦଘାଟନୀ ଉତ୍ସବରେ ବାଲିକୁଦା ଏରସମା ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଓ ଗୀତା ପ୍ରେମୀ ମାନେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ଗୀତାଜ୍ଞାନ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରିବା ସହିତ ପୁରସ୍କୃତ କରିଥିଲେ । ଦୀର୍ଘ ୫ ଦିନ ବ୍ୟାପି ଏହି ବିଶ୍ୱଶାନ୍ତି ଗୀତା ମହାଯଜ୍ଞ କାର୍ଯ୍ୟକ୍ରମ ଥିବା ବେଳେ, ୧ ତାରିଖ ସୋମବାର ଦିନ ଜଳଯାତ୍ରା, ଗୋ-ପୂଜନ ଉତ୍ସବ, ସୂର୍ଯ୍ୟପୂଜା ଓ ଅଗ୍ନି ସ୍ଥାପନ, ସନ୍ଧ୍ୟା ୭ ଘଟିକାରେ ବେଦାନ୍ତାଚାର୍ଯ୍ୟ ପଣ୍ଡିତ ଅମରେନ୍ଦ୍ର ପ୍ରସାଦ ନନ୍ଦଙ୍କ ଦ୍ୱାରା ପ୍ରବଚନ ଦିଆଯିବ । ୨ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟପୂଜା, ଘୃତଯାଗ, ୩ ତାରିଖ ବୁଧବାର ଦିନ ରୁଦ୍ରାଭିଷେକ ଓ ସପ୍ତଶତୀ ଚଣ୍ଡୀପାଠ, ୪ ତାରିଖ ଗୁରୁବାର ଦିନ ସୂର୍ଯ୍ୟପୂଜା, ଗୀତାଯାଗ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ । ପ୍ରତ୍ୟହ ପ୍ରାତଃ କାଳରେ ପ୍ରାତଃ ବନ୍ଦନା, ସାମୁହିକ ଗୀତା ପାରାୟଣ ଓ ଯୋଗ ପ୍ରାଣାୟମ ଶିକ୍ଷା ଅନୁଷ୍ଠିତ ହେବ । ଶେଷରେ ଉପଦେଷ୍ଟା ପଣ୍ଡିତ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କର୍ତ୍ତା ଭାବେ ଦୁର୍ଗା ପ୍ରସାଦ ଷଢଙ୍ଗୀ ଓ କର୍ତ୍ତୀ ରୂପେ ଝାନ୍ସୀରାଣୀ ଷଢଙ୍ଗୀ କାର୍ଯ୍ୟ ନିର୍ବାହ କରୁଥିବା ବେଳେ, ପଣ୍ଡିତ ପ୍ରଫୁଲ୍ଲ ମିଶ୍ର, ହୃଦାନନ୍ଦ ମିଶ୍ର, ହୃଦାନନ୍ଦ ପଣ୍ଡା ଯଜ୍ଞ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ବାରିକ, ରାମଚନ୍ଦ୍ର ଗାୟା, ପ୍ରଶାନ୍ତ କୁମାର ସ୍ୱାଇଁ, ଶିଶିର କୁମାର ଶତପଥୀ, ନରୋତ୍ତମ ଶତପଥି, କୁଳମଣି ରଥ, ବଟକୃଷ୍ଣ ମିଶ୍ର, ଗଗନ ବିହାରୀ ଶତପଥି, ବିଷ୍ଣୁ ପ୍ରସାଦ ଦାସ, କୀର୍ତ୍ତି ରଞ୍ଜନ ଶତପଥି, ଆର୍ତ୍ତବନ୍ଧୁ ସ୍ୱାଇଁ, ଦୂର୍ଗାଚରଣ ଷଢଙ୍ଗୀ, ସଚ୍ଚିକାନ୍ତ ଶତପଥି ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଭାବରେ ପରିଚାଳନା କରିଥିଲେ ।
8