ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ବ୍ଲକ ଠିକାଦାର ସଂଘ ବୈଠକ

ଏରସମା, 01/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଠିକାଦାର ସଂଘ ବୈଠକ ଏରସମା ଜଳ ସମ୍ପଦ ଡାକ ବଙ୍ଗଳା ପରିସରରେ ଅନୁଷ୍ଟିତ ହୋଇଯାଇଛି l ବରିଷ୍ଠ ରାଜନେତା ଓ ଠିକାଦାର ପୀତବାସ ଗଛାୟତଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ୫୦ରୁ ଅଧିକ ଠିକାଦାର ଉପସ୍ଥିତ ଥିଲେ।ବୈଠକରେ ବ୍ଲକର ସମସ୍ତ ଠିକାଦାର ମାନେ ଯୋଗ ଦେଇ ସରକାରି ସ୍ତରରେ ୧୪‍‌.୯୯ ଲେସ ରେ କେହି ଠିକାଦାର ଟେଣ୍ଡର ନ ପକାଇବାକୁ ନିଷ୍ପତି ନିଆଯାଇଥିଲା। ଦିନବନ୍ଧୁ ନାୟକ ସଭାପତି, ପାର୍ଥ ସାରଥୀ ରାଉତ ସମ୍ପାଦକ ଓ ଗୌତମ୍ ଦାସ କୋଷାଧ୍ୟକ୍ଷ ରୂପେ ସର୍ବ ସମ୍ମତି ରୂପେ ଚୟନ ହୋଇଥିଲେ l ଉପଦେଷ୍ଟ ରୂପେ ମହେନ୍ଦ୍ର ସେନାପତି, ସୁଶୀଲ ମଲ୍ଲିକ, ନୃସିଂହ ସାହୁ, ସମୀର ଶେଖର ସ୍ୱାଇଁ ଙ୍କୁ ଚୟନ କରାଯାଇଥିଲା l କର୍ମକର୍ତ୍ତା ଚୟନ ବେଳେ ତିର୍ତ୍ତୋଲ ବ୍ଲକ ସଭାପତି ପତିତପାବନ ହୋତା, କୁଜଙ୍ଗ ବ୍ଲକ ସଭାପତି ବିକ୍ରମ ନାୟକ ଉପସ୍ଥିତ ଥିବା ବେଳେ ରଞ୍ଜନ ଜେନା, ନଗେନ୍ଦ୍ର ତରାଇ, ଦେବେନ୍ଦ୍ର ବିଶ୍ଵାଳ, ପ୍ରମୋଦ ସାହୁ, ବିଜୟ ପାଳ, ରାଜେନ୍ଦ୍ର ନାୟକ, ନୀରଞ୍ଜନ ବିଶ୍ଵାଳ ପ୍ରମୁଖ ପଚାଶ ରୁ ଅଧିକ ଠିକାଦାର ମାନେ ଉପସ୍ଥିତ ଥିଲେ।
11