ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ କଲେଜର ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ବିଶ୍ବ ଏଡସ୍ ଦିବସ ପାଳିତ

ବୁଗୁଡ଼ା, 01/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ପିପୁଲ୍ସ କଲେଜର ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ମିଳିତ ଭାବେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । କଲେଜ ପରିସରରେ ଭାରପ୍ରାପ୍ତ ଅଧ୍ଯକ୍ଷ ଡ.ହିମାଂଶୁ ଶେଖର ରଥଙ୍କ ସଭାପତିତ୍ବରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ଅଧ୍ୟାପକ ଲୋକନାଥ ବେହେରା ଯୋଗଦେଇ ସ୍ବେଛାସେବୀଙ୍କୁ ଏଡସ୍ ସଚେତନତା ଦିଗରେ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ ୟୁଥ୍ ରେଡ୍ କ୍ରସ୍ ସଂସ୍ଥାର ଉପଦେଷ୍ଟା ପବିତ୍ର ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନରେ ସ୍ବେଚ୍ଛାସେବୀଙ୍କ ଦ୍ବାରା ନିକଟସ୍ଥ ଗ୍ରାମରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ କାର୍ଯ୍ୟକ୍ରମର ପରିଶେଷରେ ସ୍ବେଚ୍ଛାସେବୀ ସୋମିତ୍ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।
Article Image
14