ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶତ୍ରୁସୋଲ ଗ୍ରାମରେ ବେଆଇନ ପୋଡା ଇଟା ଭାଟି ଭଙ୍ଗାଗଲା

ବୁଗୁଡ଼ା, 01/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ଡିସେମ୍ବର ୦୧ ତାରିଖ ଦିନ ବୁଗୁଡ଼ା ତହସିଲଦାର ଶ୍ରୀ ତାପସ ରାଉତଙ୍କ ନିର୍ଦ୍ଦେଶକ୍ରମେ ଶତ୍ରୁସୋଲ ଗ୍ରାମରେ ଚାଲିଥିବା ଏକ ବେଆଇନ ପୋଡା ଇଟା ଭାଟିକୁ ଭଙ୍ଗାଯାଇ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦିଆଯାଇଛି।ସୂଚନାନୁସାରେ, ଶତ୍ରୁସୋଲ ଗ୍ରାମରେ ଦୀର୍ଘ ଦିନ ହେବ ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ଇଟା ଭାଟି ପୋଡୁଥିବାର ଖବର ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କ ନିକଟରେ ପହଞ୍ଚିଥିଲା। ଏହି ଖବର ପାଇବା ପରେ ସେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।ଆଜି ପୂର୍ବାହ୍ନରେ ତହସିଲଦାର ତାପସ ରାଉତଙ୍କ ନେତୃତ୍ୱରେ ଜଣେ ସୁପ୍ରଭାଇଜର, ରାଜସ୍ୱ ନିରୀକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ସେଠାରେ ବେଆଇନ ଭାବେ ପୋଡାଯାଇଥିବା ଇଟା ଭାଟିକୁ ଚିହ୍ନଟ କରିବା ସହିତ ଜେସିବି ସାହାଯ୍ୟରେ ତାହାକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ।
Article Image
13