ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୩୮ତମ କୁରାଳ ପଞ୍ଚମୀ ର ପୂର୍ଣ୍ଣାହୁତି ଓ ଭସାଣୀ ଉତ୍ସବ

ଢେଙ୍କାନାଳ, 01/12/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ସ‌ହର ମୀନାବଜାର କୁମ୍ଭାରସାହିରେ ୩୮ତମ କୁରାଳ ପଞ୍ଚମୀ ର ଆଜି ପୂଣ୍ଡାହୁତି ସହିତ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଅଖଣ୍ଡ ଦୀପ ସ୍ଥାପନ, ଲକ୍ଷ୍ମୀନାରାୟଣ ଙ୍କୁ ଷୋଡଶ ଉପଚାର ପୂଜା, ହୋମଯଜ୍ଞ ଓ ପ୍ରତ୍ୟେକ ଦିନ ଅନ୍ନ ଭୋଗ ଲାଗି କରାଯାଉଥିଲା । ଏହି ପୂଜା ମାର୍ଗଶୀର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ଏକାଦଶୀ ପର୍ଯ୍ୟନ୍ତ ୭ ଦିନ ଧରି ଚାଲୁ ରହିଥାଏ । ଏହି ପୂଜାକୁ ପ୍ରଥମେ ସାହିର ବ୍ରହ୍ମାନନ୍ଦ ରାଉଳ, ବେଣୁଧର ବେହେରା, ବଂଶୀଧର ରାଉଳ, କେଶବ ରାଉଳ ଙ୍କ ସହିତ ସାହିର ବିଶିଷ୍ଟ ବ୍ୟକ୍ତିମାନେ ଆରମ୍ଭ କରିଥିଲେ। ପ୍ରତ୍ୟେକ ଦିନ ସଂଧ୍ୟା ଆଳତୀ ପରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଅଦ୍ୟ ସାହିର ଭକ୍ତମାନଙ୍କ ସହଯୋଗରେ ଦିବା ୨ ଘଟିକା ସମୟରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମକୁ ସଭାପତି ଉଦୟନାଥ ବେହେରା, କର୍ତା ଆଲୋକ କୁମାର ବେହେରା, ପୂଜକ ସିତୁନୁ ନନା, ପ୍ରକାଶ ଚନ୍ଦ୍ର ବେହେରା, ଶିବାଜୀ ବେହେରା, ସତ୍ୟାନନ୍ଦ ବେହେରା, ରଞ୍ଜନ କୁମାର ପରିଡା ସୁଶାନ୍ତ କୁମାର ବେହେରା, ସୌମ୍ୟ, ସିନ୍ଧୁ, ଭିକି, ଓମ୍, ଟୁକୁନୀ, ରାକେଶ, ସୁନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
15