ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀରାଧା କୃଷ୍ଣଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ, 01/12/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ଶ୍ରୀରାଧା କୃଷ୍ଣଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଚତୁର୍ଥ ଦିବସ ତଥା ଶେଷ ଦିନରେ ପୂର୍ଣ୍ଣାହୂତି ଅବସରରେ ଆଜି ସକାଳ ସମୟରେ ସୂର୍ଯ୍ୟପୂଜା ସକାଳ ଆଳତୀ ମଧ୍ୟାହ୍ନ ଧୂପ ସହ ରାଧକୃଷ୍ଣ ବିଗ୍ରହଙ୍କ ସିଂହାସନ ବିଜେ ଛପନ ଭୋଗ ଲାଗି ମଧ୍ୟାହ୍ନ ସମୟରେ ଚଳନ୍ତି ପ୍ରତିମାଙ୍କ ସହ ଶହ ଶହ ନରନାରୀ ସନ୍ଥପୁର ଗୋରଡାପାଳରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ମହୁଲଖୋଳିରୁ ଆସିଥିବା ଲଉଡ଼ିବାଡି ତଥା ବାଦ୍ୟ ଘଣ୍ଟ ସହ ନଗର ପରିକ୍ରମା ମହାସମାରୋହରେ ସମାପନ ହୋଇଥିଲା l ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ ଯୋଗ ଦେଇଥିବାବେଳେ ତାଙ୍କ ସହିତ ଗଁଦିଆ ବ୍ଲକର ଅନେକ ସରପଞ୍ଚ ସମିତିସଭ୍ୟ ବିଜେପି କାର୍ଯ୍ୟକର୍ତ୍ତା କର୍ମୀ ଯୋଗ ଦେଇଥିଲେ |କର୍ତ୍ତା ପ୍ରେମାନନ୍ଦ ମହାମାନସିଂହ କର୍ତ୍ତୀ ପ୍ରମିଳା ମହାମାନସିଂହ, ପଣ୍ଡିତ ସିଦ୍ଧେଶ୍ୱର ମିଶ୍ର, ଚିତ୍ତରଞ୍ଜନ ମହାପାତ୍ର,ଶ୍ରୀକାନ୍ତ କୁମାର ନନ୍ଦ, ମନସୁମନ ମିଶ୍ର, ଅସିତ କୁମାର ମିଶ୍ର ତଥା ମନ୍ଦିର ପୂଜକ ହୃଦାନନ୍ଦ ପତି ଚାରିଦିନ ଧରି ପୂଜାକାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ, ଗ୍ରାମର ସଭାପତି ବୀରଞ୍ଚି ଇନ୍ଦ୍ରଜିତ ସିଂହ, ସମ୍ପାଦକ ଶରତ ସ୍ତମ୍ଭ, ପୂର୍ବତନ ଗ୍ରାମ ସଭାପତି ମେଘନାଦ ବଳିୟାର ସିଂହ, ସୁରେଶ ମାନସିଂ, ପବିତ୍ର ଇନ୍ଦ୍ରଜିତସିଂ, ନବୀନ ମାନସିଂ, ନରୋତ୍ତମ ମାନସିଂ, ବାଇଧର ଇନ୍ଦ୍ରଜିତ ସିଂ, ଚକ୍ରଧର ତରାଇ, ସୁଧାଂଶୁ ବଳିୟାର ସିଂ, ହରିହର ମାନସିଂ, ଭରତ ପରିଡା, ପ୍ରସନ୍ନ ଇନ୍ଦ୍ରଜିତ ସିଂ, ଶରତ ସାହୁଙ୍କ ସମେତ ସମସ୍ତ କଙ୍କା ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସୁଚାରୁରୂପେ ସମାପନ ହୋଇଥିଲା,ଆଜି ପୂର୍ଣ୍ଣାହୂତି ଦିବସରେ ଗଁଦିଆ ବ୍ଲକ ତଥା ଜିଲ୍ଳାର ବିଭିନ୍ନ ଗ୍ରାମରୁ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା,
9