ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବୁଗୁଡ଼ା, 02/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଏଡିଏମ ସୁନିଲ କେର୍କେଟାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ତାପସ ରାଉତ, ଏବିଡ଼ିଓ ଧର୍ମରାଜ ପରିଡା, ସିଡିପିଓ ବବିତା କୁମାରୀ ପଣ୍ଡା ଓ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ ଯୋଗଦେଇଥିଲେ। ମୋଟ ୧୧ ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୮ଟି ବ୍ୟକ୍ତିଗତ ଏବଂ ୩ଟି ଗୋଷ୍ଠୀଗତ ଅଭିଯୋଗ ହୋଇଥିଲା ବେଳେ ୮ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଜନଶୁଣାଣି ଅଧିକାରୀ ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ବୁଗୁଡା ବ୍ଳକର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
Article Image
17