ଜଗତସିଂହପୁର , ଏରସମା : , 03/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଜଗତସିଂହପୁର ଅଳକା ଆଶ୍ରମ ପକ୍ଷରୁ ମା ରମାଦେବୀଙ୍କ ଶହେ ପଚିଶତମ ଜୟନ୍ତୀ ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଅଧ୍ୟକ୍ଷ ତଥା ଅଳକାଶ୍ରମ ବ୍ଲକ ସଂଯୋଜକ ଯଯାତି କେଶରୀ ସାମନ୍ତରାୟ ଓ ଆଞ୍ଚଳିକ ପୂଜ୍ୟ ପୂଜା ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ତତ୍ତ୍ୱlବଧାନରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ଜେନାଙ୍କ ସଭାପତିତ୍ୱ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୋଖରୀଆପଡାଠାରେ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟର ସହ ଶିକ୍ଷକ ଧୀରେନ୍ଦ୍ର କୁମାର ରାଉତଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଦଶମ ଶ୍ରେଣୀର ଛାତ୍ର ସାଇ ଶୁଭଙ୍କର ପାତ୍ର ପ୍ରଥମ, ନବମ ଶ୍ରେଣୀ ଛାତ୍ରୀ ସୀମାରାଣୀ ନାୟକ ଦ୍ଵିତୀୟ ସ୍ଥାନ ଓ ସୁଜିତ କୁମାର ଦାସ ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଥିଲେ l ଶିକ୍ଷକ ସୁଧୀର କୁମାର ମହାରଣା, ପ୍ରଭାତୀ ଜେନା, ସଞ୍ଜୟ କୁମାର ନାୟକ ପ୍ରମୁଖ ଏହିକାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ସହାୟତା କରିଥିବାବେଳେ ବ୍ଲକ ସଂଯୋଜିକା ଡ. ବସନ୍ତ ମଞ୍ଜରୀ ଦାସ ପରୋକ୍ଷ ସହାୟତା କରିଥିଲେ l କାର୍ଯ୍ୟକ୍ରମ ପ୍ରମୁଖ ପୁରୋଧା ଦେବେନ୍ଦ୍ର ରାଉତ ଏହି ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ l