ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ବ ଦିବ୍ଯାଙ୍ଗ ଦିବସ ପାଳିତ

ବୁଗୁଡ଼ା, 03/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ବ ଦିବ୍ଯାଙ୍ଗ ଦିବସ ପାଳିତ ହୋଇଯାଇଛି। ଅନ୍ତର୍ନିବେଶୀ ଶିକ୍ଷା ବିଭାଗ, ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଏବିଇଓ କୃଷ୍ଣଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଏ ଅବସରରେ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଟାଟୋ ସ୍ପୁନ୍ , ମ୍ୟୁଜିକ୍ ଚେୟାର, ବକେଟ୍ ବଲ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଏଥି ସହ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏସ୍ଓ ପ୍ରିୟଦର୍ଶୀ ଦାଶଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଡିଓ ଧର୍ମରାଜ ପରିଡା ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ବଳଦେବଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରିଥିଲେ।ଏ ଅବସରରେ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ସକାଶେ ସ୍ଥାନୀୟ ଶ୍ରୀ ବିରଞ୍ଚିନାରାୟଣ ବଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଳକ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ଡାକୁଆଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ୍ ପଣ୍ଡାଙ୍କ ସମେତ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ଏବଂ ସିଆରସିସି ସହଯୋଗ କରିଥିଲେ।
Article Image
15