ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କ ର ଅକାଳ ବିୟୋଗରେ ମୃତ୍ୟୁ।

ଏରସମା, 04/12/2025, ଉତ୍କଳ voice news - utkalvoicenews.comଆବିର୍ଭାବ - ୧୯/୦୮/୧୯୪୭ ତିରୋଧାନ - ୦୨/୧୨/୨୦୨୫
Article Image
( ଏରସମା ରୁ ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ବୈକୁଣ୍ଠ ନାରାୟଣ ୟୁ ପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ସ୍ବର୍ଗତ ଗୌରାଙ୍ଗ ଚରଣ ଦାଶ ଙ୍କ ର ତା ୦୨/୧୨/୨୦୨୫ ରିଖ ମଙ୍ଗଳବାର ଦିନ ଅକାଳ ବିୟୋଗରେ ମୃତ ଘଟିଛି । ମଙ୍ଗଳବାର ସକାଳ ୭ ଟା ୧୫ ମିନିଟି ସମୟରେ ହୋଇଥିବା ବେଳେ ପଲ୍ଲୀ କଣ୍ଟା ପଞ୍ଚାୟତ ଓ ତାଙ୍କର ପରିବାରରେ ଶୋକର ଛାୟା ଖେଳି ଯାଇଛି ।ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧ ମହାବୀର ହନୁମାନଙ୍କ ଯଜ୍ଞ ବାର୍ଷିକ ଚାଲିଥିବା ବେଳେ ପ୍ରଧାନ ଶିକ୍ଷକ ସ୍ବର୍ଗତ ଗୌରାଙ୍ଗ ଚରଣ ଦାଶ ଙ୍କ ଅକାଳ ବିୟୋଗ ପୁତ୍ରବଧୂ, ନାତି, ନାତୁଣୀ ତଥା ପରିବାରବର୍ଗରେ ଶୋକ ର ଛାୟା ଖେଳିଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୭୮ ବୟସ ବର୍ଷ ହୋଇଥିଲା।ପ୍ରଥମେ ତାଙ୍କର ମର ଶରୀର କୁ ନିଜ ଗ୍ରାମର ବୈକୁଣ୍ଠ ନାରାୟଣ ୟୁ ପି ସ୍କୁଲ କୁ ନେଇ ପରେ ଅନ୍ତିମ ସଂସ୍କାର କରାଯାଇଥିଲା ।ଶ୍ରୀଯୁକ୍ତ ଦାଶ ଙ୍କ ଅକାଳ ବିୟୋଗ ନେଇ ପଲ୍ଲୀକଣ୍ଟା ପଞ୍ଚାୟତ ର ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଧ୍ୱୋଜରାଜ୍ ଖଣ୍ଡୁଆଳ( ମୁନା ବାବୁ), ସରପଞ୍ଚ ଙ୍କ ପ୍ରତିନିଧି ସଂଶୟ କୁମାର ସ୍ଵାଇଁ ( ହଟା ବାବୁ),ସମିତି ସଭ୍ୟା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଶନ୍ନ କୁମାର କୁଅଁର , ଓଡ଼ିଶା ମାନବାଧିକାର ପରିଷଦର ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ମଲ୍ଲିକ ଓ ସମସ୍ତ ଛାତ୍ର ଛାତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
8