ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ସହର ପାଇଁ ଜିଆଇଏସ୍ (GIS) ଭିତ୍ତିକ ମାଷ୍ଟର ପ୍ଲାନ ପ୍ରସ୍ତୁତି ନିମନ୍ତେ ଅଂଶୀଦାର କର୍ମଶାଳା ଅନୁଷ୍ଠିତ

ରାୟଗଡ଼ା, 04/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଆଜି ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଅମୃତ-୨.୦ ଯୋଜନା ଅନ୍ତର୍ଗତ ରାୟଗଡ଼ା ସହରର ଜିଆଇଏସ୍ ଭିତ୍ତିକ ମାଷ୍ଟର ପ୍ଲାନ ପ୍ରସ୍ତୁତି ନିମନ୍ତେ ଏକ ଅଂଶୀଦାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ନଗର ଯୋଜନା ନିର୍ଦ୍ଦେଶାଳୟ ଏବଂ 'ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟର ମିଳିତ ସହଯୋଗରେ ଏହି ବୈଠକ ଆୟୋଜିତ ହୋଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୦୫୧ ମସିହା ପର୍ଯ୍ୟନ୍ତ ସହରର ଭବିଷ୍ୟତ ଦୃଷ୍ଟିକୋଣକୁ ନେଇ ପ୍ରସ୍ତୁତ ହେଉଥିବା ମାଷ୍ଟର ପ୍ଲାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ମାଷ୍ଟର ପ୍ଲାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମନ୍ୱିତ ଭୂମି ବ୍ୟବହାର ଏବଂ ଭିତ୍ତିଭୂମି ଯୋଜନା ମାଧ୍ୟମରେ ସନ୍ତୁଳିତ ସହରାଞ୍ଚଳ ବିକାଶକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ ଶିଳ୍ପ, ବାଣିଜ୍ୟ ଏବଂ ସେବା କ୍ଷେତ୍ରର ଅଭିବୃଦ୍ଧି ଜରିଆରେ ଅର୍ଥନୈତିକ ସୁଯୋଗ ବୃଦ୍ଧି କରିବା ଏବଂ ସହରବାସୀଙ୍କ ପାଇଁ ମୌଳିକ ସେବା ଓ ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
Article Image
ଏହି କର୍ମଶାଳାରେ ଉପ ଜିଲ୍ଲାପାଳ, ରାୟଗଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ଼ା ତହସିଲଦାର, ରାୟଗଡା, ଜିଲ୍ଲା ବନଖଣ୍ଡ ଅଧିକାରୀ, ଅଧ୍ୟକ୍ଷ ରାୟଗଡା ପୌରପରିଷଦ ପୌରପାଳିକାର ନିର୍ବାହୀ ଅଧିକାରୀ, ଏ.ଆଇ.ଆଇ.ଏଲ.ଏସ.ଜିର ଅଧିକାରୀଗଣ, ପି. ଏଚ.ଡି, ପି.ଡବ୍ଲୁ.ଡି, ଆର.ଡି, ଏନ.ଏଚ, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦାନ କରିଥିଲେ । ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ରାୟଗଡ଼ା ସହରର ସମସ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇଥିଲା। ଉପସ୍ଥିତ ଅଂଶୀଦାରମାନେ ସହରର ବିକାଶ ପାଇଁ ନିଜର ମୂଲ୍ୟବାନ ପରାମର୍ଶ ଦେଇଥିଲେ, ଯାହାକୁ ମାଷ୍ଟର ପ୍ଲାନରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ଦିଆଯାଇଛି।
Article Image
6