ଏରସମା, 04/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକର ଅଳାଭର ପଞ୍ଚାୟତର ରଣପୁର ସ୍ଥିତ ଜାଗ୍ରତ ଗୌରୀ ପୀଠରେ ଦୀର୍ଘ ୫ଦିନ ବ୍ୟାପି ଚାଲିଥିବା ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଏକ ଅଭୂତ ପୂର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମାପନ ହୋଇଯାଇଛି । ଏଥିରେ ସୁନାମଧନ୍ୟ ଯାଜ୍ଞିକ ପଣ୍ଡିତ ମାନଙ୍କ ଦ୍ୱାରା ଏହି ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ପୂର୍ଣ୍ଣାହୁତିରେ ବାଲିକୁଦା, ଏରସମା, ନାଉଗାଁ, ଜଗତସିଂହପୁର, ମାଛଗାଁ ପ୍ରଭୃତି ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଗୀତାପ୍ରେମୀ ଓ ଶ୍ରଦ୍ଧାଳୁ ମାନେ ଯୋଗଦେଇ ବିଭୁକୃପା ଲାଭ କରିଥିଲେ । ଜିଲା ସ୍ତରୀୟ ଏହି ଗୀତା ଯଜ୍ଞରେ ଓଡ଼ିଶାର ବହୁ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମାନଙ୍କ ସହିତ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ । ଏହି ପୂର୍ଣ୍ଣାହୁତିକୁ ଯାଜ୍ଞିକ ପଣ୍ଡିତ ପ୍ରଫୁଲ୍ଲ ମିଶ୍ର, ହୃଦାନନ୍ଦ ମିଶ୍ର, ହୃଦୟାନନ୍ଦ ପଣ୍ଡା ପ୍ରମୁଖ ପଣ୍ଡିତ ମାନେ ପୂର୍ଣ୍ଣାହୁତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ପୂର୍ଣ୍ଣାହୁତି ଦିନ ୧୦ ହଜାରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆନନ୍ଦ ବଜାର ପ୍ରସାଦ ସେବନର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି ୫ଦିନ ବ୍ୟାପି ଗୀତା ଯଜ୍ଞକୁ ଉପଦେଷ୍ଠା ପଣ୍ଡିତ ହୃଷିକେଶ ସାହୁ, ବରିଷ୍ଠ ଆଇନଜୀବୀ ଡଃ. ବୀରନାରାୟଣ ପାତ୍ର, ସଭାପତି ଅଧ୍ୟାପକ ଡଃ. ପ୍ରଦୀପ୍ତ କୁମାର ମିଶ୍ର, ସମ୍ପାଦକ ଚନ୍ଦ୍ରଶେଖର ଶତପଥୀ, ବଟକୃଷ୍ଣ ମିଶ୍ର, ଶରତ ଚନ୍ଦ୍ର ବାରିକ, ଚକ୍ରଧର ଷଢଙ୍ଗୀ, ନରୋତ୍ତମ ଶତପଥି, ରାମଚନ୍ଦ୍ର ଗାୟା, ସୁଶାନ୍ତ କୁମାର ମହାନ୍ତି, ପ୍ରାଣକୃଷ୍ଣ ସାହୁ, ଆର୍ତ୍ତବନ୍ଧୁ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଦୁର୍ଗା ଚରଣ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଶତପଥି, ଶିଶିର କୁମାର ଶତପଥି, କୁଳମଣି ରଥ, ଗଗନ ବିହାରୀ ଶତପଥି, ବିଷ୍ଣୁ ପ୍ରସାଦ ଦାସ, କୀର୍ତ୍ତି ରଞ୍ଜନ ଶତପଥି, ଦୁର୍ଗା ଚରଣ ଷଢଙ୍ଗୀ, ସଚ୍ଚିକାନ୍ତ ଶତପଥି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସକ୍ରିୟ ପରିଚାଳନା କରିଥିଲେ । ସ୍ଥାନୀୟ ବାଲିକୁଦା ପୁଲିସ ତରଫରୁ ଆଇନ ଶୃଙ୍ଖଳା ରକ୍ଷାର ସମସ୍ତ ବ୍ୟବସ୍ଥା କରାଯାଇଥିଲା ।