ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଙ୍ଗଠନିକ ବୈଠକ

ଏରସମା, 04/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବରିଷ୍ଠ ନାଗରିକ ମାନଙ୍କର ଅନୁଭବର ଅନୁଭୂତିକୁ ଆଜିର ଯୁବଧେୟ ହେଉ ବୋରିକିନା ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଘର ସାଙ୍ଗଠନିକ ଉତ୍ସବରେ ମତ ପ୍ରକାଶ ପାଇଛି । ଆଜିର ସମାଜରେ ସମାଜର ଅନୁଭବୀ ବରିଷ୍ଠ ବ୍ୟକ୍ତି ମାନଙ୍କର ଦିଗଦର୍ଶନ ଓ ପ୍ରେରଣା ଆଜିର ଯୁବ ସମାଜକୁ ଅନୁପ୍ରାଣିତ କରୁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ପ୍ରାରମ୍ଭରେ ବାଲିକୁଦା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶରତ କିଶୋର କାନୁନଗୋଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଏଥିରେ ଶିକ୍ଷାବିତ କୈଳାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ବାରିକ, ଡ଼କ୍ଟର ବିଷ୍ଣୁ ଚରଣ ସ୍ୱାଇଁ, ବଂଶୀଧର ଶତପଥୀ, ଅରୁଣ କୁମାର ମହାନ୍ତି, ବ୍ରହ୍ମାନନ୍ଦ ମହାନ୍ତି, ଗଗନ ବିହାରୀ ଶତପଥୀ, ଧର୍ମାନନ୍ଦ ଦାସ, ଭ୍ରମରବର ପାଇଟଲ, ବିଷ୍ଣୁ ପରିଡା, କୈଳାସ ସାହୁ, ଶ୍ୱେତ କୁମାର ସ୍ୱାଇଁ, ସର୍ବେଶ୍ୱର ବିଶ୍ୱାଳ, ଶିବ ଚରଣ ଜେନା, ଶରତ ଚନ୍ଦ୍ର ବାରିକ, ପ୍ରମୋଦ ବାରିକ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ଭୋଳାନାଥ ମହାନ୍ତି, ବୁଲାକି ସ୍ୱାଇଁ, ନିରଞ୍ଜନ ସ୍ୱାଇଁ, ଶିବ ଚରଣ ଜେନା, ଆଡ଼ଭୋକେଟ ଡଃ. ବୀର ନାରାୟଣ ପାତ୍ର, ଅଧ୍ୟାପକ ପ୍ରଦୀପ୍ତ ମିଶ୍ର, ସମାଜସେବି ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ବରିଷ୍ଠ ବ୍ୟକ୍ତି ମାନଙ୍କ ସୁପରାମର୍ଶ ଓ ଦିଗଦର୍ଶନ ଅତ୍ୟନ୍ତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ପଣ୍ଡିତ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
7