ପାରାଦୀପ ଗଡ, 04/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ରାଜ୍ୟ ଖଦୀ ଓ ଗ୍ରାମ୍ୟ ଶିଳ୍ପ ଉଦ୍ୟୋଗ ତରଫରୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗ୍ରାମାଞ୍ଚଳ ରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିର୍ମାଣ ନିମନ୍ତେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କର୍ମଶାଳା ରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସଭାପତିତ୍ବ କରିଥିଲେ l ସରକାର ବଦଳିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରି ଲୋକମାନଙ୍କୁ ଆତ୍ମନିର୍ଭର ଓ ସ୍ବାବଲମ୍ବୀ କରିବାକୁ ଚାହୁଁଛନ୍ତି l ଗ୍ରାମାଞ୍ଚଳ ରେ ବ୍ୟାପକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିର୍ମାଣ କରି ମହିଳା ଓ ପୁରୁଷ ମାନଙ୍କୁ ଆତ୍ମ ନିର୍ଭର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି l ମହିଳା ମାନେ ଘରେ ବସି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାଧ୍ୟମରେ ବଡି, ପାମ୍ପଡ, ପେପର୍ ପ୍ଲେଟ, ଧୂପ କାଠି, ଧାନ କଳ, ତେଲ କଳ, ମିନେରାଲ ୱାଟର ପ୍ଲାଣ୍ଟ, ନୁଡୁଲ୍ସସ୍, କୁର୍କୁରେ ତିଆରି ମେସିନ୍ ଆଦି ସ୍ଥାପନ କରି ହଜାର ହଜାର ଟଙ୍କା ରୋଜଗାର କରି ପାରିବେ l ଏଥିପାଇଁ ବ୍ୟାଙ୍କ ତରଫରୁ ହିତାଧିକାରୀ ମାନଙ୍କୁ କମ୍ ସୁଧରେ ଋଣ ଯୋଗାଇ ଦିଆଯିବ ଏବଂ ସରକାର ମଧ୍ୟ ଏଥିପାଇଁ ଲକ୍ଷେ ଟଙ୍କାରେ ଶତକଡା ୩୫% ସବ୍ ସିଡ୍ ଯୋଗେଇ ଦେବେ l ମେସିନ୍ ଚଳାଇବା ଓ ଦ୍ରବ୍ଯ ଉତ୍ପାଦନ କରିବା ପାଇଁ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସ୍ପାଇ ର ଜନ ସମ୍ପର୍କ ଅଧିକାରୀ ସୁଶ୍ରୀ ଲିଜାରାଣୀ ପରିଡ଼ା ସୂଚନା ଦେଇଥିଲେ l ଶ୍ରଦ୍ଧା ର ସଂଯୋଜକ ଜ୍ୟୋତି ରଞ୍ଜନ ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ୍ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନୂଆଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ରାଉତ, ପିଏମ୍ ଇଜିପି ର ଘନଶ୍ୟାମ ମହାନ୍ତି, ସ୍ପାଇ ରାଜ୍ୟ ମୁଖ୍ୟ କଳ୍ପ ଭାନୁ ପଟ୍ଟନାୟକ, ଜନ ସମ୍ପର୍କ ଅଧିକାରୀ ଅଭିଲିପ୍ସା ମଲ୍ଲିକ, ଅଜିତ୍ ପ୍ରଧାନ, କେ.ଏମ.ସି. ର ଅନ୍ତରୀମ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନ ସାଧାରଣ କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଷ୍ଣୁ ଚରଣ ସାହୁ, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ବିଚିତ୍ର ପ୍ରଧାନ, ସଚ୍ଚିଦାନନ୍ଦ ମହାପାତ୍ର, ରମେଶ ବେହେରା, ପ୍ରଭାତ ସାହୁ ପ୍ରମୁଖ ଯୋଗଦେଇ କାର୍ଯକ୍ରମ ସଞ୍ଚାଳନ ରେ ସହଯୋଗ କରିଥିଲେ l


