ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିପଦରରେ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ

ବୁଗୁଡ଼ା, 05/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ବସଷ୍ଟାଣ୍ଡ ଠାରେ ଆୟୋଜିତ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଶୁକ୍ରବାର ଦିନ ହୋଇଯାଇଛି। ବାଲିପଦର ବଣିକ ସଂଘ ଓ ଶ୍ରୀରାମ ପରିବା ବଜାର ସଂଘର ମିଳିତ ଆନୁକୂଲ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।ପବିତ୍ର ମାର୍ଗଶିର ମାସର ତୃତୀୟ ପାଳି ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ପରେ ଆଜି ସନ୍ଧ୍ୟାରେ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ ବାଜଣା ସହ ମା' ମହାଲକ୍ଷ୍ମୀଙ୍କ ପ୍ରତିମାକୁ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା। ଏହି ଅବସରରେ ବଣିକ ସଂଘ ଓ ଶ୍ରୀରାମ ପରିବା ବଜାର ସଂଘର ସମସ୍ତ ସଦସ୍ୟ ଭସାଣୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
7