ତିର୍ତୋଲ, 06/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ତିର୍ତୋଲ ବ୍ଲକ ଗରାମ ପଂଚାୟତର ତୁରୁଖା ଗ୍ରାମର ବିଶିଷ୍ଟ ସମାଜ ସେବି ତଥା ଗ୍ରାମ ର ମୁରବି ସ୍ୱର୍ଗତ ଶ୍ରୀରାମ ଲେଙ୍କା ଙ୍କର ଧର୍ମପତ୍ନୀ ସୀତା ମଣି ଲେଙ୍କାଙ୍କର ୯୦ ବର୍ଷ ବୟସ ରେ ପରଲୋକ l ସେ ଜଣେ ଧର୍ମପ୍ରାଣା ଜନନୀ ଥିଲେ ତାଙ୍କ ର ବlର୍ଦ୍ଧକ୍ୟ ଜନିତ ଦେହାବସାନ ଘଟିଛି l ରାତ୍ର ତିନି ଘଟିକା ସମୟରେ ମୃତ୍ୟୁ ହୋଇଥିବାବେଳେ ତାଙ୍କର ପରିବାରରେ ଶୋକର ଛାୟା ଖେଳି ଯାଇଛି l ପୁତ୍ର, ପୁତ୍ରବଧୂ, ନାତି, ନାତୁଣୀ ତଥା ପରିବାରବର୍ଗ ଏନେଇ ଗଭୀର ଶୋକ ବ୍ୟକ୍ତ କରିଥିବାବେଳେ ଗ୍ରାମର ମୁରବି ଯଦୁନାଥ ସ୍ୱାଇଁ, ଦେବେନ୍ଦ୍ର ମହାନ୍ତି, ଭାଗବତ ଜେନା, ବଟକୃଷ୍ଣ ଲେଙ୍କା,ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଏରସମା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ସରୋଜ ଲେଙ୍କ।,ପ୍ରଶାନ୍ତ ଲେଙ୍କା ଶତ୍ରୁଘନ ଲେଙ୍କା ପ୍ରଭୃତି ଅମର ଆତ୍ମାର ସଦଗତି ପାଇଁ ବିଭୁ ଚରଣରେ ନିବେଦନ କରିଛନ୍ତି l