ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏକ ଦିନିଆ ଦକ୍ଷତା ବିକାଶ କର୍ମଶାଳା

କଲ୍ୟାଣସିଂହପୁର, 06/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ପରିବେଶ ଅଧ୍ୟୟନ କେନ୍ଦ୍ର (CES) ତଥା ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଏକଦିନିଆ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ର ପ୍ରସଙ୍ଗ ଥିଲା "ପରିବେଶ ଅନୁକୂଳ ମାଟି କଳା"। ଏହି କର୍ମଶାଳା ରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କର୍ମଶାଳା ର ମୁଖ୍ୟ ଆଭିମୁଖ୍ୟ ଥିଲା ପିଲାମାନେ ଏବଂ ଯୁବ ପିଢ଼ି ପ୍ରକୃତି ଏବଂ ବ୍ୟବହାରିକ କାର୍ଯ୍ୟକଳାପରୁ ଅଭିଜ୍ଞତା ସହିତ ଶ୍ରେଣୀଗୃହରୁ ଲାଭ କରୁଥିବା ଜ୍ଞାନକୁ ପରିପୂରକ କରିବା। ପ୍ରକୃତି ସହ ଜଡ଼ିତ ହୋଇ ମାଟିକୁ ତଥା ମାଟିକୁ ନେଇ ବଞ୍ଚୁଥିବା କର୍ମଜୀବୀ ମାନଙ୍କୁ ସମ୍ମାନ ଦେବା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ଗିରିଙ୍କ ପୃଷ୍ଠପୋଷକତାରେ ତଥା ଇକୋ କ୍ଳବ୍ ର ପରିଚାଳକ ତାପସ ଦଳାଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୀପକ ବେହେରା, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଜ୍ ବାତ୍ରିଆ, ବିଦ୍ୟାଳୟ ପରିଚାଳନା କମିଟି ର ଉପାଧ୍ୟକ୍ଷ ଶ୍ରୀ ଡ଼ମ୍ବୁରୁଧର କଞ୍ଜାକା , ସାମ୍ବାଦିକ ତଥା ସମାଜସେବୀ ମାଲେସ କୌଶଲ୍ୟା ମଞ୍ଚାସୀନ ହୋଇଥିଲେ।ସ୍ଥାନୀୟ କୁମ୍ଭାର ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅତି ଉତ୍ସାହର ସହ ଭାଗ ନେଇ ମାଟିରେ ବିଭିନ୍ନ ଜିନିଷ ଗଢ଼ିଥିଲେ।ଏଥି ସହ ବିଦ୍ୟାଳୟରେ ପୁସ୍ତକ ପ୍ରଦର୍ଶନୀ କରାଯାଇଥିଲା। ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ର ଉଚ୍ଚ ପ୍ରଶଂସା କରାଯାଇଥିଲା। ସିକରପାଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସୁରୁଖୁରୁ ରେ ସମ୍ପାଦିତ ହୋଇଥିଲା।
Article Image
Article Image
Article Image
Article Image
8