ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଥମ ବାବା ରାମେଶ୍ବର କ୍ରିକେଟ୍ ଟୁର୍ଣ୍ଣାଫେଟ ଉଦ୍‌ଘାଟିତ

ଢେଙ୍କାନାଳ, 07/12/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ରଞ୍ଜାଛକ ଖେଳ ପଡିଆ ଠାରେ ପ୍ରଥମ ବାବା ରାମେଶ୍ବର କ୍ରିକେଟ୍ ଟୁର୍ଣ୍ଣାଫେଟ୍ ଉଦ୍‌ଘାଟିତ ହୋଇଯାଇଅଛି । ଏହି ଟୁର୍ଣାମେଣ୍ଟ କୁ ଢେଙ୍କାନାଳ ପୌରାଧ୍ଯକ୍ଷା ଜୟନ୍ତୀ ପାତ୍ର ଉପସ୍ଥିତ ହୋଇ ଉଦ୍‌ଘାଟନ କରି କହିଥିଲେ ଯେ, ପିଲାମାନେ ଖେଳିଲେ ଶାରୀରିକ ସୁସ୍ଥ ରହିବା ସହ ମନ ଖୁସି ରହିବ ଏବଂ ଖେଳରେ ହାର୍‌ଜିତ୍ ଅଛି, ଗୋଟିଏ ଟିମ୍ ହିଁ ଜିତିବ । ଏଥୁରେ ଦୁଃଖ କରିବାରେ କିଛି ନାହିଁ କିନ୍ତୁ ଖେଳିବା ସାସ୍ଥ୍ୟ ପ୍ରତି ଜରୁରୀ ଅଟେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଗୋବିନ୍ଦପୁର ମଣ୍ଡଳ ସଭାପତି ତଥା ଯୁବନେତା ରଣଜିତ୍ ବିଶାଲ୍ ଏବଂ ଗୌରୀ ସ୍ଫୋଟିଙ୍ଗ୍ କ୍ଲବ୍ର ସମସ୍ତ ସଦସ୍ୟ ଓ ବାବା ରାମେଶ୍ଵର କ୍ରିକେଟ୍ କ୍ଲବ୍ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଟୁର୍ଣାଫେଟ୍ ୧୫ଦିନ ଧରି ଚାଲୁ ର‌ହିବ । ଏଥୁରେ ୧୬ଟି ଆଂଚଳିକ କ୍ରିକେଟ୍ ଦଳ ଅଂଶ ଗ୍ରହଣ କରିଛନ୍ତି । ଆଜିର ମ୍ୟାଚ୍ ଇଲେଭେନ୍ ଷ୍ଟାର ଚାଉଳିଆ ଓ କଙ୍କଡାହାଡ ମଧ୍ଯରେ ଅନୁଷ୍ଠିତ ହୋଇଥିବାବେଳେ ଇଲେଭେନ୍ ଷ୍ଟାର୍ ଚାଉଳିଆ ୨୫୯ ରନ ପିଛାକରି ୪ ୱିକେଟ୍‌ରେ ବିଜୟୀ ହୋଇଥିଲା । ଆସନ୍ତା କାଲିର ମ୍ୟାଚ୍ କୁରୁମଟାଙ୍ଗର କ୍ରିକେଟ୍ ଟିମ୍ ସହିତ ବେଲଟିକିରି ଖେଳିବ । ଏହି ଟୁର୍ଣାଫେଟ୍ ଗୌରୀ ସ୍ପୋର୍ଟିଙ୍ଗ୍ ସମିମିଳିଆ ଓ ବାବା ରାମେଶ୍ବର କ୍ଲବର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।
Article Image
Article Image
6