ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦିବଂଗତ ସରପଞ୍ଚ ସରୋଜ କୁମାର ସେଠୀଙ୍କ ସ୍ମୃତିରେ 'ମାନବ ସେବା ଧର୍ମ' ନେଇ ଅସହାୟ ଶ୍ରେଣୀର ଲୋକଙ୍କୁ କମ୍ବଳ ବଣ୍ଟନ

ତିର୍ତୋଲ , 07/12/2025, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
Article Image
ତିର୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତର ସରପଞ୍ଚ ସରୋଜ କୁମାର ସେଠୀ ତଥା ସରୋଜ ଭାଇଙ୍କ ପବିତ୍ର ସ୍ମୃତିରେ ଏବଂ ତାଙ୍କର ଜନସେବା ଆଦର୍ଶରେ ଗଢ଼ାଯାଇଥିବା 'ସରୋଜ ଭାଇ ଜନସେବା ସଂଗଠନ' ପକ୍ଷରୁ ଆଜି ରାହାମା ଅଞ୍ଚଳରେ ଏକ ମହତ୍ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ସୁଚନା ଅନୁଯାୟୀ, ଆଜି ଅପରାହ୍ନ ୩ ଘଟିକାରେ ରାହାମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟେ ଥିବା ବସ୍ତିରେ ଏହି ସେବା କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା। ଏହି ବସ୍ତିରେ ଯେଉଁ ଗରିବ ଶ୍ରେଣୀର ଅସହାୟ ଲୋକମାନେ ଦୀର୍ଘ ବର୍ଷ ଧରି ଓଳିଏ ଖାଇ, ଓଳିଏ ଉପାସ ରହୁଛନ୍ତି ଏବଂ ନିଜ ପରିବାରକୁ ପ୍ରତିପୋଷଣ କରିବା ପାଇଁ ଅତ୍ୟନ୍ତ କଷ୍ଟ କରୁଛନ୍ତି, ସେହି ଲୋକମାନଙ୍କୁ ଶୀତର ପ୍ରକୋପରୁ ରକ୍ଷା କରିବା ପାଇଁ ସଂଗଠନ ତରଫରୁ ଏକ ଛୋଟିଆ ପ୍ରୟାସ କରାଯାଇ ପ୍ରାୟ ୪୦ରୁ ୫୦ ଜଣ ପରିବାରଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବିବେକ ଦାସ, ସାଇଲୋ ପଞ୍ଚାୟତର ନୟାବ ସରପଞ୍ଚ ଝରଣା ଦାସ, ୱାର୍ଡ ସଭ୍ୟା କଳ୍ପନା ସେଠୀ, ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଜାଗନ କୁମାର ଦାସ, ମନୋଜ କୁମାର ଯୋଗାଣିଆ, କିଶୋର ସେଠୀ, ରଶ୍ମୀକାନ୍ତ ନାୟକ, ସରୋଜ ସ୍ୱାଇଁ, ସୁଧୁଶାଂଶୁ ଶେଖର ସାମଲ, ସ୍ୱପ୍ନା ରଞ୍ଜନ ଦାସ, ଅମୀୟ ପାତ୍ର, ଲିପୁ ସ୍ୱାଇଁ ଏବଂ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।​ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ଯେ, ସରୋଜ ଭାଇ ଯେମିତି ସବୁବେଳେ ଲୋକଙ୍କ ପାଖରେ ପହଞ୍ଚି ସେବା କରୁଥିଲେ, ଠିକ୍ ସେହିପରି ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଏହି ସଂଗଠନ ଗଠନ କରାଯାଇଛି। କେବଳ ସେବା ହିଁ ଏହାର ଏକମାତ୍ର ଲକ୍ଷ୍ୟ, ଏବଂ ସଂଗଠନର ଆଦର୍ଶ ହେଉଛି—ମାନବ ସେବା ଆମର ଧର୍ମ। ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ସମସ୍ତ ବୁଦ୍ଧିଜୀବୀ ତଥା ଗୁରୁଜନମାନଙ୍କର ସହଯୋଗ ମିଳିଲେ, ଆଗାମୀ ଦିନରେ ଅଧିକ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯିବ।
Article Image
11