ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

ବୁଗୁଡ଼ା, 07/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡା ହାଇସ୍କୁଲ ପଡ଼ିଆରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାର ଙ୍କ ସମସ୍ତ ଯୋଜନା ବିଷୟରେ ଲୋକଙ୍କୁ ସଚେତନତା କରାଇବା ସହ ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ନିଜ ଅଞ୍ଚଳରେ କୁକୁଡ଼ା,ଗୋପାଳନ,ମାଛ ଚାଷ ଭଳି ବିଭିନ୍ନ ଲାଭଦାୟକ ଚାଷ ସରକାର ଙ୍କ ସବସିଟି ପ୍ରୋଛାହନ ରେ ନିର୍ମାଣ କରି ଆତ୍ମା ନିର୍ଭରଶିଳ ହେବାକୁ ଆହ୍ୱାନ ଦେଇଥିଲେ। ବୁଗୁଡ଼ା ବ୍ଲକ ଓ ଏନଏସି ଅଧୀନ ସମସ୍ତ ଚାଷୀଙ୍କ ସ୍ୱାର୍ଥ କୁ ଦୃଷ୍ଟି ଦେଇ ବ୍ଲକ ସ୍ଥରରେ ଏହି ମେଳାର ଆୟୋଜନ ହେଉଥିବା ମନ୍ତ୍ରୀ କହିଥିଲେ। ବୁଗୁଡ଼ା ବ୍ଲକ ଓ ଏନଏସି ର ସମସ୍ତ ଚାଷୀଙ୍କ ପାଖରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ର ସମସ୍ତ ଜନହିତକର ଯୋଜନା ପଂହଁଚାଇବା ପାଇଁ ସବୁ ସ୍ଥରରୁ ଉଦ୍ୟମ ଜାରୀ ରହିବ ଏବଂ ପ୍ରତ୍ୟକ ଗରିବ ଲୋକଙ୍କୁ ଏଥିରେ ସାମିଲ କରାଯିବା ନେଇ ମତପ୍ରକାଶ କରିଥିଲେ । ସମସ୍ତ ଚାଷୀ ଭାଇଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ ଅନ୍ତୋଦୟ ଗୃହ ଯୋଜନା, ଭତ୍ତା ,ପଟ୍ଟା ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ,ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା, ଏନ୍ ଏ ସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସାଂସଦ ପ୍ରତିନିଧି ଉତ୍ତମ କୁମାର ଦାସ, ବିଡ଼ିଓ ଦୁତି କୃଷ୍ଣ ମହାପାତ୍ର, ତହସିଲଦାର ତାପସ କୁମାର ରାଉତ,ସିଡିପିଓ ବବିତା ପଣ୍ଡା, ବିଭାଗୀୟ ଡି ଏଫ ଓ ଭାରତ ଭୂଷଣ ସାହୁ,ସି ଡି ଭି ଓ ଅଞ୍ଜନ କୁମାର ଦାସ,ବି ଭି ଓ ଡ଼ଃ ସୁଭ୍ରାନସୁ ଶେଖର ରାଉତ,ଏ ଏଫ ଓ ସାର୍ଥକ ସିଦ୍ଧାର୍ଥ ପ୍ରଧାନ ମଞ୍ଚାସିନ ହୋଇ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇ ଏହାର ଫାଇଦା ନେବାପାଇଁ ଉତ୍ସାହିତ କରିଥିଲେ।ଶେଷରେ ମନ୍ତ୍ରୀ ଓ ବିଭଗୀୟ ଅଧିକାରୀ ମାନେ ବିଭିନ୍ନ ସ୍ୱୟଂ ଚାଳକ ସଙ୍ଘ ଦ୍ୱାରା ଆୟୋଜିତ ହୋଇଥିବା ଷ୍ଟଲ ପରିଦର୍ଶନ କରିଥିଲେ।
Article Image
Article Image
Article Image
Article Image
9