ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିୟୁ ଏରା ପବ୍ଲିକ ସ୍କୁଲର ୨୫ତମ  ବାର୍ଷିକ କ୍ରୀଡା ଉଦଘାଟିତ 

ବୁଗୁଡ଼ା, 08/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ନିଉ ଏରା ପବ୍ଲିକ୍ ସ୍କୁଲର ରୌପ୍ଯ ଜୟନ୍ତି ପାଳନ ଅବସରରେ ଏହାର ପଞ୍ଚବିଂଶତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବରେ  ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡ଼ ଅଧ୍ଯକ୍ଷତା କରିଥିବା ବେଳେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ମୁଖ୍ୟ ବକ୍ତା, କ୍ରୀଡା ଶିକ୍ଷକ ଗୋପାଳ ଚନ୍ଦ୍ର ପାତ୍ର, ଓ ବୁଗୁଡ଼ା ମିଡ଼ିଆ କ୍ଳବ୍ ସଭାପତି ଅନୀଲ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ବଳଦେବ ସ୍ବାମୀ ମନ୍ଦିରରୁ କ୍ରୀଡା ଜ୍ଯୋତି ଆସି ପହଞ୍ଚିବା ପରେ ମୁଖ୍ଯ ଅତିଥିଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ସହ ପ୍ରତିଯୋଗୀଙ୍କ ଶପଥ ପାଠ କରାଯାଇଥିଲା । ଏ ଅବସରରେ ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍, ସ୍କିପିଙ୍ଗ୍, ସଟପୁଟ୍ ଥ୍ରୋ, ଡିସକ୍ସ୍ ଥ୍ରୋ, ମ୍ୟୁଜିକ୍ ଚେୟାର୍, ତ୍ରିପଲ୍ ଜମ୍ପ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା କ୍ରୀଡା ପ୍ରମୁଖ ବୈଷ୍ଣବ ଚରଣ ଦାଶ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତା ଗୁଡିକୁ ସିମାଞ୍ଚଳ ଦାଶ,  ନାରାୟଣ ସେଠୀ, ସୁଦୀପ୍ତା କୁମାରୀ ମିଶ୍ର , ସୋନମ୍ ଦାଶ, କବିତା ସେଠୀ, ସୁନୀତା ପଟ୍ଟନାୟକ, ରୋଜାଲିନ ପଟ୍ଟନାୟକ, ସ୍ଵପ୍ନାରାଣୀ ପଣ୍ଡା, ଆରତୀ ବିଷୋୟୀ, ପୂଜା ନାହାକ, ଶିଳ୍ପା ମହାନ୍ତି, ଶୁଭଶ୍ରୀ ଜେନା, ଅଦିତି ପୋଲାଇ, ମିନତୀ ବିଷୋୟୀ, ଜ୍ୟୋତ୍ସ୍ନା ରାଣୀ ମହାରଣା, ଭବାନୀ ନାୟକ, ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ନିବେଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Article Image
17