କୁଜଙ୍ଗ, 21/11/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲାର ଜଣାଶୁଣା ସମାଜସେବୀ ଡ଼ଃ ସୁନାକର ବେହେରାଙ୍କୁ ଆସନ୍ତା ତା ୨୩/୧୧/୨୦୨୪ ରିଖରେ ପଶ୍ଚିମବଙ୍ଗ ପ୍ରଦେଶରେ ଉତ୍ତର ବଙ୍ଗ ପ୍ରାନ୍ତର ସିଲୁଗୁଡ଼ି ଠାରେ ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ଆୟୋଜିତ ସନାତନ ସଂସ୍କୃତି ଓ ହିନ୍ଦୁତ୍ୱ ବିଚାର ଧାରାକୁ ନେଇ କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳ ବୈଠକରେ ସନ୍ଥ ମାନଙ୍କ ସେବା ପାଇଁ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି।ଡ଼ଃ ବେହେରା ବିଶ୍ୱହିନ୍ଦୁ ପରିଷଦର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତୀୟ ସଦସ୍ୟ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଦାୟିତ୍ୱରେ ରହିଥିବା ବେଳେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିଜକୁ ନିୟୋଜିତ କରିବା ସହିତ ସନାତନ ହିନ୍ଦୁ ସଂସ୍କୃତିର ସେବକ ରୂପେ ନିଜକୁ ଉତ୍ସାର୍ଗୀକୃତ କରିଛନ୍ତି।ଉକ୍ତ ବୈଠକରେ ଧର୍ମ ସଂସ୍କୃତିର ସୁରକ୍ଷା ପରିବାର ସଂସ୍କାର ହିନ୍ଦୁ ଓ ହିନ୍ଦୁତ୍ୱ ଉପରେ ବିଚାର ବିମର୍ଶ,ଧର୍ମ ପ୍ରସାର ଜାଗରଣ ଘର ବାହୁଡା଼,ସର୍ବ ଜାତି ମତ ପନ୍ଥରେ ହିନ୍ଦୁ ଧର୍ମ ଏକ ଯାହାକି ସାମାଜିକ ସମରସତାର ପ୍ରତିକ ସମ୍ପର୍କିତ ବିଷୟ ରହିଛି।ଏହି କାର୍ଯ୍ୟକ୍ରମରେ ଡ଼ଃ ବେହେରାଙ୍କ ସହିତ ଓଡିଶା ପ୍ରଦେଶ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଅଜୟ କୁମାର ଦାସ,ଓଡିଶା ପୂର୍ବ ପ୍ରାନ୍ତ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଦେବାର୍ପିତ ମହାନ୍ତି ଓ କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀର ସଦସ୍ୟ ବୃନ୍ଦ ଯୋଗ ଦେଉଛନ୍ତି।ବିଶ୍ୱହିନ୍ଦୁ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ,କାର୍ଯ୍ୟାଧ୍ୟକ୍ଷ ସୁରେଶ ଚୌଧୁରୀ,ଉପସଭାପତି ମାନସ ରଞ୍ଜନ ସ୍ୱାଇଁ,ଜିଲ୍ଲା ସମ୍ପାଦକ ନଳିନୀ ବାବା,ବିଶେଷ ସମ୍ପର୍କ ପ୍ରମୁଖ ବିଶ୍ୱଜିତ ମିଶ୍ର ଓ ରାଜ୍ୟର ବିଭିନ୍ନ ସାମାଜିକ ଓ ଧର୍ମୀୟ ଅନୁଷ୍ଠାନ ମାନେ ଶ୍ରୀଯୁକ୍ତ ବେହେରାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।

