ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାପା ହୋଟେଲ ମାଲିକ ସଞ୍ଜୟ ମଲ୍ଲିକ(ଅମୁ)ଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

ଏରସମା, 08/12/2025, ଉତ୍କଳ voice news - utkalvoicenews.com*( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ସ୍ଥିତ ଅସରଣା ଗ୍ରାମର ସଞ୍ଜୟ ମଲ୍ଲିକଙ୍କର ବାସ ଭବନରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ ଯୋଗ ଦେଇ କହିଲେ ସଞ୍ଜୟ ବାବୁ (ଅମୁ)ଜଣେ ସଫଳ ବ୍ୟବସାୟୀ ଖାଲି ନଥୁଲେ ,ସେ ୱାର୍ଡ ସଦସ୍ୟ ନଥିଲେ, ସରପଞ୍ଚ ନଥିଲେ, ସରପଞ୍ଚ ପ୍ରାର୍ଥୀ ନଥିଲେ, ପିଏସ୍ ସଦସ୍ୟ ନଥିଲେ କିମ୍ବା ପିଏସ୍ ପ୍ରାର୍ଥୀ ନଥିଲେ। ଏକମାତ୍ର ପରିଚୟ ଥିଲା ଆଗ ଧାଡିରେ ଥିବା ଜଣେ କଂଗ୍ରେସ କର୍ମୀ। ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଉତ୍ସାହୀ ଯୁବକ। ତାଙ୍କର ଅକାଳ ବିୟୋଗରେ, ସ୍ଥାନୀୟ ନେତୃତ୍ୱ ଠାରୁ କର୍ମୀ ପର୍ଯ୍ୟନ୍ତ, ସମସ୍ତେ ମର୍ମାହତ। ଅମୁ ଙ୍କ ର ଏକାଦଶ ସନ୍ଧ୍ୟାରେ ଆୟୋଜିତ ସ୍ମୃତିସଭାରେ ନିର୍ବାଚିତ ଜନପ୍ରତିନିଧି, ପୂର୍ବତନ ଜନପ୍ରତିନିଧି, ବ୍ଲକ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ ଠାରୁ ଆରମ୍ଭ କରି ଶିଳ୍ପପତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। *ଅମୁ ଅମର ରହେ* ଧ୍ୱନିରେ ତାଙ୍କ ନିଜ ଗାଁ ଅସରଣା ଗୁଞ୍ଜରିତ ହେଉଥିଲା। ଅତିଥିଙ୍କ ମଧ୍ୟରେ ବରିଷ୍ଠ ନେତା ନିତ୍ୟାନନ୍ଦ ଦାସ, ସମାଜ ସେବୀ ଧୋଜରାଜ ଖଣ୍ଡୁଆଳ, ଦିପ୍ତିରାଣୀ ପ୍ରଧାନ,ବ୍ଲକ କଂଗ୍ରେସ ସଭାପତି ବଲ୍ଲଭ ନନ୍ଦ ସ୍ବାଇଁ, ନଳିନୀ ରଞ୍ଜନ ବେହେରା, ଅଜିତ୍ କୁମାର ପାଣି, ସୁଦର୍ଶନ କାଣ୍ଡି, ସରପଞ୍ଚ ପ୍ରତିନିଧ ଅଭିଜିତ ସାହୁ, ସଂଶୟ ସ୍ବାଇଁ, ସମିତି ସଭ୍ୟ ରଘୁନାଥ ସ୍ବାଇଁ, ପୂର୍ବତନ ସମିତିସଭ୍ୟ ନିମାଇଁ ଖଣ୍ଡୁଆଳ, ପଞ୍ଚାୟତ କଂଗ୍ରେସ ସଭାପତି କୈଳାଶ ଜୟସିଂହ, ବାବୁଲି ସ୍ବାଇଁ, ବ୍ରଜ କିଶୋର ରାଉତ, ବାବୁଲି ବଦ୍ଧନ, ଦିବାକର ବେହେରା, ଯୁବନେତା ରାଜେନ୍ଦ୍ର ସାମନ୍ତି, ବିଚିତ୍ର ଦାସ, ବଳରାମ ଲେଙ୍କା, ପୂଜ୍ୟ ପୂଜା ସଂସଦ ଏରସମା ଅଧ୍ଯକ୍ଷ ଯଯାତି କେଶରୀ ସାମନ୍ତ୍ରରାୟ, ନାଟ୍ୟକାର ଲୋକନାଥ ମହାନ୍ତି, ପୂଜ୍ୟ ପୂଜା ସଂସଦ ଏରସମାର ସମ୍ପାଦକ ମହେଶ୍ବର ସ୍ବାଇଁ, ଗାୟକ କେଦାର ରାଉଳ, ସୁଧାକର ଖଟୁଆ, ରବିନ୍ଦ୍ର ମୁଦୁଲି ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Article Image
20